Cricket

ଆଜି ସଂଧ୍ୟାରେ ମୁହାଁ ମୁହିଁ ହେବେ କାନାଡା ଓ ଆୟର୍ଲାଣ୍ଡ

ନୂଆଦିଲ୍ଲୀ: ଗୁପ- ଏ ର ଅନ୍ୟ ଏକ ମ୍ୟାଚରେ କାନାଡା ଓ ଆୟର୍ଲାଣ୍ଡ ପରସ୍ପରକୁ ଭେଟିବେ । ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ । ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜିତ ହୋଇଛନ୍ତି । ତେଣୁ ଆସନ୍ତା କାଲି ପଏଣ୍ଟ ଖାତା ଖୋଲିବା ପାଇଁ ଉଭୟ ଦଳ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ଅଭିଜ୍ଞତା ଦୃଷ୍ଟିରୁ ଆୟର୍ଲାଣ୍ଡ ଅପେକ୍ଷାକୃତ ଶକ୍ତିଶାଳୀ ମାନେ ହେଉଥିଲେ ହେଁ କାନାଡା ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି । ପୂର୍ବ ରେକର୍ଡକୁ ଦେଖିଲେ ମ୍ୟାଚର ପୂର୍ବାନୁମାନ କରିବା କଷ୍ଟକର । ଉଭୟ ପରସ୍ପରକୁ ୪ଥର ଭେଟିଛନ୍ତି ଓ ୨ଟଇ ଲେଖାଏଁ ମ୍ୟାଚ ଜିତିଛନ୍ତି ।
ୟୁଏସଏ ବିପକ୍ଷରେ ପରାଜିତ ହୋଇଥିଲେ ହେଁ କାନାଡା ଦର୍ଶନୀୟ ବ୍ୟାଟିଂ କରି ୧୯୪ ରନ ସଂଗ୍ରହ କରିଥିଲା । ମାତ୍ର ଆୟର୍ଲାଣ୍ଡର ବୋଲିଂ ବିପକ୍ଷରେ ବଡ ସ୍କୋର କରିବା କଷ୍ଟକର ହେବ । ବାମ ହାତି ପେସ ବୋଲିର ଜୋସ ଲିଟିଲ ସମ୍ପ୍ରତି ଚମତ୍କାର ଫର୍ମରେ ରହିଛନ୍ତି ।
କାନାଡାକୁ ହାରାଇବାକୁ ହେଲେ ଆୟର୍ଲାଣ୍ଡକୁ ପ୍ରଥମ ବ୍ୟାଟିଂ ବିଭାଗ ସୁଦୃଢ କରିବାକୁ ହେବ । ସିନିୟର ଖେଳାଳିମାନେ ଦାୟିତ୍ୱ ମୁଣ୍ଡାଇବା ଜରୁରି । ବିଶେଷ କରି ପଲ ଷ୍ଟର୍ଲିଂ , ଆଣ୍ଡ ବାଲବରିନ , ଲୋର୍କାନ ଟକ୍କର , ହ୍ୟାରୀ ଟେକ୍ଟର ପ୍ରମୁଖ ସଫଳ ହେଲେ ଆୟର୍ଲାଣ୍ଡର ବିଜୟ ସମ୍ଭବ ହୋଇପାରିବ ।

Related posts

ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ

Odisha Sports Bureau

ଟି-୨୦ ସିରିଜ ପାଇଁ ଧର୍ମଶାଳାରେ ଦକ୍ଷିଣ ଆଫ୍ରିକା ଦଳ

Odisha Sports Bureau

ପୁମାର ବ୍ରାଣ୍ଡ ଆମ୍ବାସଡର ହେଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ

Odisha Sports Bureau