Cricket

ତୃତୀୟ ଟେଷ୍ଟ ପୂର୍ବରୁ ଦଳରେ ଅଦଳବଦଳ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପରାଜୟ ପରେ ସିରିଜ ୧-୧ ସ୍ଥିତିରେ ପହଞ୍ଚିଛି । ତେବେ ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ବିଜୟ ସହ ସିରିଜ କବଜା କରିବା ପାଇଁ ରଣନୀତି ଆରମ୍ଭ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲୀ ଫିଟ ହୋଇଛନ୍ତି । ତୃତୀୟ ମ୍ୟାଚ ପୂର୍ବରୁ ବିସିସିଆଇ ଅଭ୍ୟାସ ବେଳର ଏକ ଫଟୋ ସେୟର କରିଛି । ତେବେ ଏହି ଫଟୋରେ ଦ୍ରୁତ ବୋଲର ମହମ୍ମଦ ସିରାଜ ଅନୁପସ୍ଥିତ ଅଛନ୍ତି ।


ସୂଚନା ଅନୁଯାୟୀ, ସିରାଜ ଦ୍ୱିତୀୟ ମ୍ୟାଚରେ ଆହତ ହୋଇଥିଲେ । ଯାହା ଫଳରେ ସେ ସମ୍ପୂର୍ଣ୍ଣ ଓଭର ବୋଲିଂ ମଧ୍ୟ କରି ପାରି ନଥିଲେ । ଏଥି ସହିତ ସେ ଭଲ ଫର୍ମରେ ମଧ୍ୟ ନାହାନ୍ତି । ତେଣୁ ତୃତୀୟ ଟେଷ୍ଟରେ ତାଙ୍କ ସ୍ଥାନରେ ଅଭିଜ୍ଞ ଇଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି । ସିରାଜଙ୍କ ବ୍ୟତୀତ ହନୁମା ବିହାରୀ ମଧ୍ୟ ଅଭ୍ୟାସ ସମୟରେ ନଜର ଆସି ନାହାନ୍ତି । ଏଥରୁ ଜଣାପଡୁଛି ଯେ ତୃତୀୟ ଟେଷ୍ଟରେ ବିସିସିଆଇ ଏକ ବଡ ଅଦଳବଦଳ କରିପାରେ । ଶନିବାର ତୃତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ କେପଟାଇନରେ ପହଁଚିଥିଲା । କୋଚ୍ ରାହୁଲ ଦ୍ରାବିଡ ନିର୍ଣ୍ଣାୟକ ମୁକାବିଲାରେ ବିରାଟ କମ୍ ବ୍ୟାକ୍ କରିବେ ବୋଲି ଆଶା ପ୍ରକଟ କରିଥିଲେ । କୋହଲି ସାମିଲ ହେଲେ ହନୁମା ବିହାରୀ କିମ୍ବା ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ହେବ । ଉଭୟ ବ୍ୟାଟସମ୍ୟାନ୍ ଦ୍ୱିତୀୟ ଟେଷ୍ଟରେ ଭଲ ପାଳି ଖେଳିଥିଲେ । ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସାଇବା ମ୍ୟାନେଜମେଣ୍ଟ ପାଇଁ ସହଜ ନିଷ୍ପତ୍ତି ହେବ ନାହିଁ ।

Related posts

ଆଚରଣ ବିଧିକୁ ଉଲ୍ଲଙ୍ଘନ କରିଥିବାରୁ ଗୋଟିଏ ମ୍ୟାଚ୍ରୁ ବାସନ୍ଦ ହୋଇଛନ୍ତି ଋଷଭ ପନ୍ତ

ପଡିଆରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇଲେ ହାର୍ଦ୍ଦିକ; ଅଭ୍ୟାସ ମ୍ୟାଚରେ ଦେଖିବାକୁ ମିଳିଲା ହାଡୱାର୍କ

ଆଜି ବାଙ୍ଗାଲୋର ମୁମ୍ୱାଇ ମୁକାବିଲା

Odisha Sports Bureau