Cricket

ଗୁଜରାଟ ଆଗରେ ୨୩୧ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ

ଅହମ୍ମଦାବାଦ :  ଚାଲିଛି ଆଇପିଏଲର ୬୭ ତମ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ମୁହାଁମୁହିଁ ହେଉଛନ୍ତି  ଚେନ୍ନାଇ – ଗୁଜରାଟ ।  ଏହି ମ୍ୟାଚେରେ ପ୍ରଥମ ଇନିଜ ଶେଷ ହୋଇଯାଇଛି ।  ଯେଉଁ ଥିରେ କି ଗୁଜରାଟ ଆଗରେ ୨୩୧ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ।

ସୂଚନା ଅନୁଯାୟୀ , ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଆୟୁଷ ମାହାତ୍ରେ ଓ ଦେଓ୍ବନ କନଓ୍ବେ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ମାହାତ୍ରେ ୩୪ ରନ କରିଥିବାବେଳେ କନଓ୍ବେ ୫୨ ରନ କରିଥିଲେ । ଉର୍ଭିନ ପଟେଲ ୩୭ ରନ କରଥିବାବେଳେ ଡେଓ୍ବାଲଡ ବ୍ରେଭିସ୍ ୫୭ ରନ କରିଥିଲେ । ବ୍ରେଭିସ ମାତ୍ର ୨୩ ବଲରେ ୫ ଛକା, ୪ ଚୌକା ସହ ଏହି ୫୭ ରନ କରିଥିଲେ । ସେହିପରି ରବୀନ୍ଦ୍ର ଜାଦେଜା ୨୧ ରନ କରି ବ୍ରେଭିସଙ୍କୁ ସ୍କୋରକୁ ଆଗକୁ ବଢାଇବାରେ ସହଯୋଗ କରିଥିଲେ ।  ଗୁଜରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଓ୍ବିକେଟ ନେଇଥିବାବେଳେ ସାଇ କିଶୋର, ରସିଦ ଖାଁ ଓ ଶାହରୁଖ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Related posts

ଟିମ୍ ଇଣ୍ଡିଆର ଦୁଇ ଖେଳାଳିଙ୍କ ମଧ୍ୟରେ ସିଧାସଳଖ ଟକ୍କର, ICC ନେବ ଚୂଡ଼ାନ୍ତ ନିଷ୍ପତ୍ତି

Odisha Sports Bureau

ବିଶ୍ୱକପରୁ ବାହାରିଲେ ପାକ୍ ଫାଷ୍ଟ ବୋଲର ନସିମ ଶାହା

Odisha Sports Bureau

ଦୀନେଶ କାର୍ତ୍ତିକଙ୍କୁ ନୂଆ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କଲା ଆରସିବି