ଦୋହା : ପର୍ତ୍ତୁଗାଲର ମୁଖ୍ୟ କୋଚ୍ ପର୍ଣ୍ଣାଡୋ ସାଣ୍ଟୋସ ଇସ୍ତଫା ଦେଇଛନ୍ତି । କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରୁ ବିଦାୟ ନେବା ପରେ ସେ ଏହିଭଳି ପଦକ୍ଷେପ ନେଇଛନ୍ତି । ପର୍ଣ୍ଣାଡୋ ସାଣ୍ଟୋସ ଦୀର୍ଘ ୮ ବର୍ଷ ହେଲା ପର୍ତ୍ତୁଗାଲ ଜାତୀୟ ଟିମର କୋଚ୍ ଭାବେ କାମ କରୁଥିଲେ । ସେ ଇସ୍ତଫା ଦେବା ପରେ ଜାତୀୟ ଟିମ୍ ସହ ଆଉ ସେ ନଜରରେ ଆସିବେନି । ଦାୟିତ୍ୱରୁ ଅବସର ନେଇଥିବା ପର୍ତ୍ତୁଗିଜ ଫୁଟବଲ ଫେଡେରେସନ (ଏଫପିଏଫ) କହିଛନ୍ତି । ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପର୍ତ୍ତୁଗାଲ ୦-୧ରେ ମରକ୍କୋ ଠାରୁ ହାରି ବିଦା ହୋଇଥିଲା । ବିଶ୍ୱର ଅନ୍ୟତମ ମହାନ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡ ଏହି ମ୍ୟାଚ୍ର ଦ୍ୱିତୀୟ ହାଫରେ ସବଷ୍ଟିଚ୍ୟୁଟ ହୋଇ ଆସିଥିଲେ। ତଥାପି ସେ ଦଳକୁ ଜିତାଇ ପାରି ନଥିଲେ। ରୋନାଲ୍ଡୋଙ୍କୁ ପ୍ରଥମ ହାଫରେ ନ ଖେଳାଇବା ଦଳକୁ ମହଙ୍ଗ ପଡ଼ିଲା ବୋଲି କହି କିଛି ଲୋକ ସାଣ୍ଟୋସଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ହୁଏତ ସେଥିଲାଗି ସେ ଖେଳରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚ ହେଉଛି ।