Tennis

କଟକରେ ଜାତୀୟ ଟିଟି ପ୍ରଶିକ୍ଷଣ ଶିବିର: ୧୦ ରାଜ୍ୟ‌ର ଖେଳାଳି ସାମିଲ, ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା

କଟକ: ରାଜ୍ୟ କ୍ରୀଡ଼ା ବିଭାଗ ସହାୟତାରେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍‌ ସଂଘ ପକ୍ଷରୁ ସିଡିଏ ସେକ୍ଟର-୭ସ୍ଥିତ କଟକ ଟେବୁଲ ଟେନିସ୍ ଏକାଡେମିରେ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବର ଗତ ୯ ତାରିଖରୁ ଆରମ୍ଭ ହୋଇଛି। ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ଓଡ଼ିଶା ସମେତ ୧୦ ରାଜ୍ୟର ମୋଟ ୩୨ଜଣ ଖେଳାଳି ସାମିଲ ହୋଇଛନ୍ତି। ଅାନ୍ତର୍ଜାତିକ ପ୍ରଶିକ୍ଷକ ଆର୍. ରାଜେଶ ଶିବିର ପରିଚାଳନା କରୁଛନ୍ତି। ରାଜେଶ ଏକାଧିକ ଥର ଭାରତୀୟ କନିଷ୍ଠ ଟିଟି ଦଳର ପ୍ରଶିକ୍ଷକ ଥିଲେ। ତାଙ୍କ ସହ ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ଓଡ଼ିଶାର ରାଜ୍ ସୁବ୍ରମଣ୍ୟମ୍ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଶିବିରରେ ଯୋଗ ଦେଇଥିବା ଅାନ୍ତର୍ଜାତିକ ଓ ଜାତୀୟ ପଦକ ଜିତିଥିବା ୧୦ ଜଣ ସଫଳ ଖେଳାଳିଙ୍କ ସହ‌ ମହାରାଷ୍ଟ୍ରର ଜେନିଫର ଭର୍ଗିଜ୍‌ ଏବେ ୧୫ ବର୍ଷରୁ କମ୍ ବାଳିକା ବିଶ୍ବ ମାନ୍ୟତାରେ ୪ର୍ଥ ସ୍ଥାନରେ ଅଛନ୍ତି। ସେ ଏକାଧିକ ଅନ୍ତର୍ଜାତୀୟ ପଦକ ଜିତିବା ସହ ୧୫ ବର୍ଷରୁ କମ୍ ବାଳିକା ଏକକ ଜାତୀୟ ବିଜେତା ହୋଇଛନ୍ତି। କର୍ଣ୍ଣାଟକର ଶଶାଙ୍କ ରାଓ ୧୩ ବର୍ଷରୁ କମ୍ ବର୍ଗରେ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି। ପଶ୍ଚିମବଙ୍ଗର ପୁନିତ ବିଶ୍ବାସ ଜଣେ ଜାତୀୟ ମାନ୍ୟତାପ୍ରାପ୍ତ ଖେଳାଳି ଏବଂ ଏକ ଡଜନ୍‌ରୁ ଅଧିକ ଜାତୀୟ ପଦକ ଜିତିଛନ୍ତି। ଏମାନଙ୍କ ସହ ଓଡ଼ିଶାରୁ ରାଜ୍ୟ ମାନ୍ୟତାପ୍ରାପ୍ତ ୨୦ ଜଣ ଖେଳାଳି ଶିବିରରେ ଯୋଗ ଦେଇଛନ୍ତି। ପ୍ରତ୍ୟହ ଦୁଇ ଓଳି ଶିବିର ଚାଲିଛି। ଏହାସହ ଖେଳାଳିଙ୍କ ଫିଟ୍‌ନେସ୍‌ ପାଇଁ ମଧ୍ୟ ତାଲିମ ଦିଆଯାଉଛି।

Related posts

୨୦୨୧ ଅଲିମ୍ପିକ୍ସ ଉପରେ ନଜର ରଖିଛନ୍ତି ଫେଡେରର

Odisha Sports Bureau

ମିଆମୀ ମାଷ୍ଟର୍ସ: ପ୍ରଜନେଶ୍ କ୍ୱାଲିଫାୟାରର ଅନ୍ତିମ ପର୍ଯ୍ୟାୟରେ, ରାଜକୁମାରଙ୍କ ପରାଜୟ

Odisha Sports Bureau

ଅଷ୍ଟ୍ରେଲିଆ ଓପନର ପ୍ରଥମ ପର୍ଯ୍ୟାୟରେ ପ୍ରଜନେସକୁ ମିଳିଲା ପରାଜୟ

Odisha Sports Bureau