Cricket

ଭାରତ-ନ୍ୟୁଜିଲାଣ୍ଡ ମେସିଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ ଡେଭିଡ ବେକହମ

ଭାରତ -ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପର ସେମି ଫାଇନାଲର ମ୍ୟାଚ । ମ୍ୟାଚ ଦେଖିବାକୁ ଇଂଲଣ୍ଡର ପୂର୍ବତନ ଫୁଟବଲ ଡେଭିଡ ବେକହାମ ଆସିବେ । ବେକହମ ୱାଙ୍ଗଡେରେ ସଚିନଙ୍କ ସହବସି ମ୍ୟାଚ ଦେଖିବା ସୂଚନା ରହିଛି ।

ମାଞ୍ଚେଷ୍ଟର ୟୁନାଇଟେଡ ଏବଂ ରିଅଲ ମାଡ୍ରିଡର ପୂର୍ବ ଷ୍ଟାରଙ୍କ ଫ୍ୟାନ୍‌ ଫଲୋଇଂ ଭାରତରେ ବହୁତ ରହିଛି । ତେଣୁ ଓ୍ଵାଙ୍ଖଡେରେ ବସି ମ୍ୟାଚ ଦେଖିବା ଫ୍ୟାନ୍ସଙ୍କ ପାଇଁ ଉତ୍ସାହଭରା ରହିବ । ସେ ୟୁନିସେଫର ଗୁଡଓ୍ଵିଲର ଆମ୍ବାସାଡର ଭାବେ ଓ୍ଵାଙ୍ଖଡେରେ ଉପସ୍ଥିତ ରହିବେ । ତେଣୁ ସଚିନଙ୍କ ସହିତ ଷ୍ଟାଡିୟମରେ ବସି ମ୍ୟାଚର ମଜା ନେବେ ।

ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳାଯିବ । ମୁମ୍ବାଇର ଓ୍ଵାଙ୍ଖଡେରେ ଦ୍ୱିପ୍ରହର ୨ଟାରେ ମ୍ୟାଚ୍‌ ଆରମ୍ଭ ହେବ । ଟିମ୍‌ ଇଣ୍ଡିଆ ବିଶ୍ୱକପରେ ଅପରାଜେୟ ରହିଛି । ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଟିମ୍‌ ଭାରତକୁ ଅନେକ ମ୍ୟାଚରେ ହରାଇଛି । ତେଣୁ ସେମିଫାଇନାଲ ମ୍ୟାଚ୍‌ରେ କଡ଼ା ଟକ୍କର ହେବ ।

Related posts

ଅଣ୍ଡର ୧୯ ଏସିଆ କପରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ

Odisha Sports Bureau

ସେମିଫାଇନାଲରେ ଭାରତ ସହ କିଏ ଖେଳିବ ? ନ୍ୟୁଜିଲାଣ୍ଡ ନା ପାକିସ୍ତାନ

Odisha Sports Bureau

ହିନ୍ଦୀରେ ଟ୍ୱିଟ କରି ଫ୍ୟାନଙ୍କ ଦୃଦୟ ଜିତିଲେ କେଭିନ ପିଟରସେନ

Odisha Sports Bureau