Tennis

ଟେନିସ୍ ହଲ ଅଫ୍ ଫେମ୍ ଆଲେକ୍ସ ଓଲମେଡୋଙ୍କ ଦେହାନ୍ତ

(ଓଡିଶା ସ୍ପୋଟର୍ସ): ଅନ୍ତଃରାଷ୍ଟ୍ରିୟ ଟେନିସ୍ ହଲ ଅଫ ଫେମ୍ ରେ ଶାମିଲ ହୋଇଥିବା ୧୯୫୯ର ୱିମ୍ବଲଣ୍ଡନ୍ ଏବଂ ଅଷ୍ଟ୍ରେଲିଆ ଓପନ ଚମ୍ପିଆନ ଆଲେକ୍ସ୍ ଓଲମେଡୋଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ବୟଷ ୮୪ ବର୍ଷ ଥିଲା । ଓଲମେଡୋଙ୍କ ପୁତ୍ର ଆଲେଜାନ୍ଦ୍ରୋ ଜୁନିୟର କହିଛନ୍ତି କି ତାଙ୍କ ବୁଧବାରଦିନ ମସ୍ତିଷ୍କ କର୍କଟ କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଓଲମେଡୋଙ୍କ ଜନ୍ମ ୧୯୩୬ରେ ପେରୁ ରେ ହୋଇଥିଲା, କିନ୍ତୁ ପରବର୍ତ୍ତି ସମୟରେ ସେ ଆମେରିକାର ବାସିନ୍ଦା ହୋଇଥିଲେ । ସେ ୧୯୫୮ ମସିହରେ ଆମେରିକା ପାଇଁ ଡେଭିସ୍ କପ୍ ଖେଳି ଟାଇଟଲ୍ ଜିତିଥିଲେ । ସେ ହେମ୍ ରିଚାର୍ଡସନଙ୍କ ସହ ଆମେରିକୀ ରାଷ୍ଟ୍ରିୟ ଚମ୍ପିଆନଶିପ୍ ମଧ୍ୟ ଜିତିଥିଲେ, ଯାହାକୁ ବର୍ତ୍ତମାନ ଆମେରିକା ଓପନ୍ କୁହାଯାଉଛି ।

Related posts

ନିଜର ଅବସର ଘୋଷଣା କଲେ ଟେନିସ ତାରକା ରାଫେଲ୍ ନାଡାଲ

Odisha Sports Bureau

ଅଷ୍ଟ୍ରେଲିଆନ୍ ଓପନ: ତୃତୀୟ ରାଉଣ୍ଡରୁ ବିଦାୟ ନେଲେ ସିମୋନା ହାଲେପ୍

Odisha Sports Bureau

ଟେନିସରୁ ସନ୍ୟାସ ନେଲେ ଓଜନିଆକିଙ୍କ୍

Odisha Sports Bureau