Cricket

ଡିସେମ୍ବର ୬ରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍

(ଓଡିଶା ସ୍ପୋର୍ଟ): ଗୁରୁବାର ଠାରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ । ସେଥିଲାଗି ଉଭୟ ଦଳ ଆଡିଲେଡ୍‌ରେ ଅଭ୍ୟାସ ଚଳାଇଛନ୍ତି । ଏହା ପୂର୍ବରୁ ଖେଳା ଯାଇଥିବା ଟି-୨୦ ସିରିଜ୍‌ ୧-୧ରେ ଡ୍ର ରହିଥିଲା । ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ରହିବା ପରେ ସିରିଜ୍‌ର ବିଜେତା ନିର୍ଣ୍ଣୟ ହୋଇ ପାରିନଥିଲା । ତେବେ କ୍ରିକେଟ୍‌ର ଏହି ଲଙ୍ଗ ଫର୍ମାଟ୍‌ରେ ଖେଳ ସମ୍ପୂର୍ଣ୍ଣ ଅଲଗା ହେବ ।

ଅଷ୍ଟ୍ରେଲିଆ ମାଟିରେ ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍‌ ସିନା ଜିତିଛି ହେଲେ କେବେବି ସିରିଜ୍‌ ଜିତି ପାରିନାହିଁ । ଏଥର କିନ୍ତୁ ବିରାଟ କୋହଲିଙ୍କ ନେତୃତ୍ୱରେ ଆସିଥିବା ଦଳ ସିରିଜ୍‌ ଜିତି ପାରିବ ବୋଲି କ୍ରିକେଟ୍‌ ବିଶେଷଜ୍ଞ ଅନୁମାନ ଲଗାଇଛନ୍ତି । ଅବଶ୍ୟ ଏକଥାକୁ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମାନିବାକୁ ରାଜି ନୁହନ୍ତି । କାରଣ ଏଠାକାର ପିଚ୍‌ ଓ ସର୍ଟପିଚ୍‌ ବଲ୍‌ରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ଦୁର୍ବଳତା ଅଷ୍ଟ୍ରେଲିଆ ଦଳ ପାଇଁ ଫାଇଦା ହେବ ବୋଲି ସେମାନଙ୍କ ମତ । ଏମିତିକି କଙ୍ଗାରୁ ଦଳର ଜଣେ ସଫଳ କ୍ୟାପଟେନ୍‌ ରିକି ପଣ୍ଟିଂ ଭବିଷ୍ୟବାଣୀ କରିଛନ୍ତି, ତାଙ୍କ ଟିମ୍‌ ୨-୧ରେ ଟେଷ୍ଟ ସିରିଜ୍‌ ଜିତିବ । ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ଵ ମଧ୍ୟ ସେହିଭଳି କିଛି ମତ ରଖିଛନ୍ତି ।

ବଲ୍‌ ଟ୍ୟାମ୍ପରିଂ ଦୋଷରେ ବାସନ୍ଦ ଦଣ୍ଡ ଭୋଗୁଥିବା ଡେଭିଡ୍‌ ଓ୍ଵାର୍ଣ୍ଣର ଓ ଷ୍ଟିଭ୍‌ ସ୍ମିଥ୍‌ ଦଳରେ ନାହାନ୍ତି । ଏମାନଙ୍କ ଅନୁପସ୍ଥିତି ଭାରତ ପାଇଁ ବେଶ୍‌ ଶୁଭଙ୍କର ବୋଲି ସମସ୍ତେ ମାନୁଛନ୍ତି । ତେବେ ଇଂଲଣ୍ଡ ଠାରୁ ଶୋଚନୀୟ ଭାବେ ସିରିଜ୍‌ ହାରିବା ପରେ ବିଦେଶ ମାଟିରେ ଭାରତୀୟ ଦଳର ସାମର୍ଥ୍ୟ ନେଇ ପୁଣି ପ୍ରଶ୍ନ ଉଠିଛି । ଏବେ ଏହାର ଜବାବ ଦେବାକୁ ହେବ ବିରାଟ ବାହିନୀକୁ ।

Related posts

ବୁମରାଙ୍କୁ ନେଇ ଜାହିଦ ଖାନଙ୍କ ବଡ ବୟାନ

ରୋହିତ ଶର୍ମାଙ୍କ ପ୍ରଦର୍ଶନ ନିରାଶ ଜନକ: ଗାଭାସ୍କର

ଅଟୋଗ୍ରାଫ ଦେଇ ପ୍ରେମରେ ପଡିଥିଲେ ଗାଭାସ୍କର

Leave a Comment