Cricket

ପ୍ରେମଦାସା ଷ୍ଟାଡିୟମରେ ଦୀପକ ଝଡ

କଲମ୍ବୋ(ଓଡିଶା ସ୍ପୋର୍ଟସ): ଭାରତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିଛି ଭାରତ । ଏଥି ସହ ସିରିଜକୁ ମଧ୍ୟ ନିଜ ନାମରେ କରି ନେଇଛି ଶିଖର ସେନା । ଏହି ବିଜୟର ହିରୋ ସାଜିଥିଲେ ବୋଲର ଦୀପକ ଚହର । କିନ୍ତୁ ବୋଲିଂରେ ନୁହେଁ ନିଜ ବ୍ୟାଟିଂ ଦକ୍ଷତାରେ । ଏକଦା ଅସମ୍ଭବ ଲାଗୁଥିବା ମ୍ୟାଚକୁ ଏକାକୀ ଶ୍ରୀଲଙ୍କା ହାତରୁ ଛଡାଇ ଆଣିଥିଲେ ଦୀପକ । ଶ୍ରୀଲଙ୍କା ଦଳକୁ ୩ ୱିକେଟରେ ପରାସ୍ତ କରି ଭାରତକୁ ବିଜୟ ଭେଟି ଦେଇଛନ୍ତି ଦୀପକ ଚହର । ତାଙ୍କର ଏହି ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି ।

IND vs SL 2nd ODI: Deepak Chahar Scripts India Series-Sealing Win Over Sri Lanka
ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିଲା ଶ୍ରୀଲଙ୍କା । ନିର୍ଦ୍ଧାରିତ ୫୦ ଓଭରରେ ଚରିଥ ଅସଲଙ୍କାଙ୍କ ୭୦ ରନ ଏବଂ ଅବିଷ୍କା ଫର୍ଣ୍ଣାଣ୍ଡୋଙ୍କ ୫୦ ରନ ସାହାଯ୍ୟରେ ଦଳ ୯ ୱିକେଟ ବିନିମୟରେ ୨୭୫ ରନ ସଂଗ୍ରହ କରିପାରିଥିଲା । ଏବେ ମ୍ୟାଚ ସହ ସିରିଜ ଜିତିବା ପାଇଁ ଭାରତ ସାମନାରେ ଥିଲା ୨୭୬ ରନ । ତେବେ ଭାରତ ପ୍ରଥମ ମ୍ୟାଚର ବ୍ୟାଟଂ ସଫଳତାରେ ବିଫଳ ହୋଇତିଲା । ଯୁବ ଓପନର ପୃଥ୍ୱୀ ଶ’ ମାତ୍ର ୧୩ ରନ କରି ପାଭିଲିୟନ ଫେରିଥିଲେ । ୨୮ ରନରେ ପ୍ରଥମ ୱିକେଟ ହରାଇଥିବା ଭାରତ ଆଗାମୀ ୧୦ ରନ ଭିତରେ ଇଶାନ କିଶାନଙ୍କ ରୂପରେ ହରାଇଥିଲା ନିଜର ଦ୍ୱିତୀୟ ୱିକେଟ । ମାତ୍ର ୪ ବଲ ଖେଳି ୧ ରନ କରିବାରେ ସକ୍ଷମ ହୋଇଥିଲେ ୱିକେଟ କିପର ଇଶାନ କିଶାନ । ଏହିଭଳି ଭାବରେ ଭାରତ ତାର ଗୋଟିଏ ପରେ ଗୋଟିଏ ୱିକେଟ ଶ୍ରୀଲଙ୍କା ବୋଲରଙ୍କୁ ସମର୍ପି ଦେଇଥିଲା । ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଆଶାର କିରଣ ପାଲଟିଥିଲେ । ମନୀଷ ପାଣ୍ଡେଙ୍କ ସହ ମିଶି ୫୦ ରନର ଭାଗିଦାରୀ କରି ସେ ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ ହେଁ ମନୀଷ ଦୁର୍ଭାଗ୍ୟ ବଶତଃ ରନ ଆଉଟ ହୋଇଥିଲେ । ପରେ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିରାଶ କରିଥିଲେ । ତେଣୁ ମାତ୍ର ୧୧୬ ରନ ଭିତରେ ଭାରତର ଅଧା ୱିକେଟ ପତନ ହୋଇଯାଇଥିଲା । ଏହାପରେ କୃନାଲ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବ ଦଳକୁ ପୁଣି ସଂକଟରୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । କୃନାଲଙ୍କ ୩୫ ଏବଂ ସୂର୍ଯ୍ୟକୁମାରଙ୍କ ପ୍ରଥମ ଅର୍ଦ୍ଧଶତକ ଫଳରେ ଭାରତୀୟ ଦଳ ୧୯୩-୭ ଥିଲା । ଯେଉଁଠି ମ୍ୟାଚ ଜିତିବା ଅସମ୍ଭବ ଲାଗୁଥିଲା ।

Sri Lanka vs India, 2nd ODI: Deepak Chahar Scripts India's Series-Sealing Win Over Sri Lanka | Cricket NewsIndia vs Sri Lanka 2nd ODI, Highlights: Deepak Chahar Leads India To 3-Wicket Win, 2-0 Lead In Series | Cricket News
ଏହାପରେ ଆର ପ୍ରେମଦାସା ଷ୍ଟାଡିୟମରେ ଆସିଥିଲା ଦୀପକ ଝଡ । ବୋଲିଂରେ ୨ ୱିକେଟ ନେବା ପରେ ଏବେ ସମୟ ଥିଲା ବ୍ୟାଟିଂ ଦକ୍ଷତା ଦେଖାଇବାର । ଉପ ଅଧିନାୟକ ଭୁବନେଶ୍ୱର କୁମାରଙ୍କ ସହ ମିଶି ଅଷ୍ଟମ ୱିକେଟ ପାଇଁ ୮୪ ରନର ଭାଗିଦାରୀ କରିଥିଲେ ଦୀପକ ଚହର । ଧୈର୍ଯ୍ୟ ସହ ବ୍ୟାଟିଂ କରି କ୍ରିଜରେ ସେଟ ହେବା ପରେ ସେ ଆରମ୍ଭ କରିଥିଲେ ବଡ ସଟ ଖେଳିବା । ଭାରତକୁ ମ୍ୟାଚ ଜିତାଇବା ସହ ଦୀପକ ବ୍ୟକ୍ତିଗତ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅପରାଜିତ ୬୯ ରନର ଏକ ମ୍ୟାଚ ଜିତାଉ ପାରି ଖେଳିଥିଲେ ଦୀପକ ଚହର । ଏହି ପାରି ବଳରେ ଦୀପକ ଶ୍ରୀଲଭ୍କା ହାତରୁ ମ୍ୟାଚ ଛଡାଇ ଆଣି ଭାରତ ହାତରେ ଧରାଇ ଦେଇଛନ୍ତି । ଯାହା ଫଳରେ ଭାରତ ୪୯.୧ ଓଭରରେ ୩ ୱିକେଟରେ ମ୍ୟାଚ ସହ ସିରିଜ ମଧ୍ୟ ନିଜ ନାମରେ କରିଛି ।

India vs Sri Lanka 2021: Deepak Chahar Hailed on Social Media For Taking India Home in Tight Chase

Related posts

ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା

Odisha Sports Bureau

ସନ୍ଦୀପ ଲାମିଛାନେଙ୍କୁ ଭିସା ଦେବାକୁ ମନା କଲା ଆମେରିକା; ବଳାତ୍କାର ମାମଲାରେ ମିଳିସାରିଛି କ୍ଲିନଚିଟ୍

୫୦ କୋଟି ନିଅ ଟି-୨୦ ଖେଳ

Odisha Sports Bureau

Leave a Comment