Cricket

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ:  ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ  ଆଜି ଦ୍ୱିତୀୟ ମ୍ୟାଚ ଖେଳିବାକୁ ଥିବା ବେଳେ ପୂର୍ବରୁ ଉଭୟ ଦଳ ଭଲ ପ୍ରଦର୍ଶନ କରିଛନ୍ତି । ଅଧିନାୟକ ରଜତ ପାଟିଦାର ଓ ଅଧିନାୟକ ଅକ୍ଷର ପଟେଲଙ୍କ ଅଧିନାୟକତ୍ୱରେ ଦଳ ଆଜି ପୁଣି ଥିଲେ ମୁହାଁ ମୁହିଁ ହେବ । ତେବେ ଉଭୟ ଦଳ ପଏଣ୍ଟ ଟେବୁଲର ୨ୟ ଓ ୩ୟ ସ୍ଥାନରେ ଥିବା ବେଳେ ଆଜି ର ମ୍ୟାଚଟି ଅତ୍ୟନ୍ତ ରୋମାଞ୍ଚକର ହେବ । ଏହି ମ୍ୟାଚରେ ଯେଉଁ ଦଳ ଜିତିବ ସେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ôଚବ । ତେଣୁ ଅଜିର ମ୍ୟାଚ ଉଭୟ ଦଳ ପାଇଁ  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଅକ୍ଷର ପଟେଲଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ଚଳିତ ସିଜିନରେ ୮ଟି ମ୍ୟାଚ୍ ଖେଳିଛି । ୮ଟି ମ୍ୟାଚ୍ ମଧ୍ୟରୁ ୬ଟି ବିଜୟ ହାସଲ କରିଥିବା ବେଳେ ୨ଟି ମ୍ୟାଚରେ ପରାସ୍ତ ହୋଇଛି । ଅନ୍ୟପକ୍ଷରେ ଦିଲ୍ଲୀ ଟିମ୍ ୧୨ ପଏଣ୍ଟ ସହିତ ନେଟ୍ ରନ୍ ରେଟ୍ +୦.୬୫୭ କରିଛି । ବର୍ତ୍ତମାନ ତାଙ୍କ ଟିମ୍ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ବେଙ୍ଗଲୁରୁ ଟିମ୍ ଚଳିତ ସିଜିନରେ ୯ଟି ମ୍ୟାଚ୍ ଖେଳିଛି । ୬ଟି ବିଜୟ ହାସଲ କରିଥିବାବେଳେ ୩ଟି ମ୍ୟାଚରେ ହାରିଛି । ୧୨ପଏଣ୍ଟରେ ନେଟ୍ ରନ୍ ରେଟ୍ +୦.୪୮୨ କରି ପଏଣ୍ଟସ୍ ଟେବୁଲର ତୃତୀୟ ସ୍ଥାନରେ ରହିଛି  । ଏହି ଦୁଇ ଦଳ ସମାନ ପଏଣ୍ଟରେ ରହିଥିଲେ ମଧ୍ୟ ରନ୍ ହାରରେ ଦିଲ୍ଲୀ ଆଗୁଅ ଅଛି ।

Related posts

ବିଶ୍ୱକପରୁ ବାହାରିଲେ ପାକ୍ ଫାଷ୍ଟ ବୋଲର ନସିମ ଶାହା

Odisha Sports Bureau

ଭାରତ ଜିତିବା ପରେ ଖୁସି ବ୍ୟକ୍ତ କରିଛନ୍ତି ବିରାଟ କୋହଲି

ବିଶ୍ୱକପ୍ ୨୦୨୩ : ମୁମ୍ବାଇରେ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ଟକ୍କର

Odisha Sports Bureau