Cricket

ଶୀର୍ଷ ସ୍ଥାନ ପାଇଁ ଧୋନୀ-ପନ୍ତ ଲଢେଇ

ଦୁବାଇ: ଆଇପିଏଲ ୨୦୨୧ର ୫୦ତମ ଲିଗ ମ୍ୟାଚରେ ଆଜି ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ଦେଖିବାକୁ ମିଳିବ ଘମାଘୋଟ ଲଢେଇ । ଏହି ମ୍ୟାଚରେ ଚଳିତ ସିଜନର ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଗୋଟିଏ ପଟେ ମହେନ୍ଦ୍ର ସିଂ ଧୋନୀ ଥିବା ବେଳେ ଅନ୍ୟ ପଟେ ତାଙ୍କୁ ଗୁରୁ ବୋଲି ମାନୁଥିବା ରିଷଭ ପନ୍ତଙ୍କ ଦଳ ରହିଛି । କୋରୋନା ପରେ ଚଳିତ ସିଜନର ଅବଶିଷ୍ଟାଂଶ ଖେଳ ଆରମ୍ଭରୁ ଉଭୟ ଦଳ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି । ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ପାଇଁ ଉଭୟ ଦିଲ୍ଲୀ ଏବଂ ଚେନ୍ନାଇ ମଧ୍ୟରେ ଶୀତଳ ଯୁଦ୍ଧ ଚାଲୁ ରହିଛି ।
ତେବେ ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ୯ଟି ଲେଖାଏଁ ମ୍ୟାଚ ଜିତି ୧୮ ପଏଣ୍ଟ ହାସଲ କରିଥିବା ବେଳେ ଭଲ ନେଟ ରନ ରେଟ ଯୋଗୁଁ ଧୋନୀଙ୍କ
ସିଏସକେ ଏକ ନମ୍ବର ସ୍ଥାନରେ ରହିଛି । ତେବେ ଆଜିର ଏହି ମ୍ୟାଚରେ ବିଜୟୀ ଦଳ ଦୁଇ ପଏଣ୍ଟ ସହ ଶୀର୍ଷ ସ୍ଥାନ କବଜା କରିବ । ସେହିପରି ପରାଜୟ ବରଣ କରିଥିବା ଦଳ ଦ୍ୱିତୀୟ ସ୍ଥାନରେ ପହଞ୍ଚିବ । ଆଇପିଏଲର ପ୍ରଥମାର୍ଦ୍ଧରେ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ବିଜୟ ହାସଲ କରିଥିଲା ।
ତେବେ ଏହି ମ୍ୟାଚରେ ସୁପର କିଙ୍ଗସ ପୂର୍ବ ପରାଜୟର ପ୍ରତିଶୋଧ ନେବା ସହିତ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ପ୍ରୟାସ କରିବ । ସେହିପରି ଦିଲ୍ଲୀ ମଧ୍ୟ ମ୍ୟାଚ ଜିତି ଶୀର୍ଷ ସ୍ଥାନକୁ ଫେରିବାକୁ ଉଦ୍ୟମ କରିବ । ଉଭୟ ଦଳର ପ୍ରାୟ ସମସ୍ତ ଖେଳାଳୀ ଜବରଦସ୍ତ ଫର୍ମରେ ତିବା ବେଳେ ଆଜିର ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହେବା ସହ ରୋମାଞ୍ଚକର ରହିବ ବୋଲି ଆଶା କରାଯାଉଛି । ତେବେ ଆଜିର ଏହି ମ୍ୟାଚରେ ଗୁରୁଶିଷ୍ୟଙ୍କ ଭିତରେ ହେବାକୁ ଥିବା ଏହି ଲଢେଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ରହିବ ।

Related posts

ବିଦାୟକାଳୀନ ମ୍ୟାଚ ଖେଳିବେନି କୋହଲି

Odisha Sports Bureau

ଦିନିକିଆ ଆଉ ଏବେ ଟ୍ୱେଣ୍ଟି ଟ୍ୱେଣ୍ଟିି ସିରିଜ୍

Odisha Sports Bureau

ଭିଭୋ IPL ହେଲା ଟାଟା IPL

Odisha Sports Bureau

Leave a Comment