Cricket

ଧୋନିଙ୍କୁ ମିଳିପାରେ ବଡ଼ ଦାୟିତ୍ବ !

ଭୁବନେଶ୍ବର : ଟି-୨୦ ବିଶ୍ବକପ ସେମି ଫାଇନାଲରେ ଭାରତ ଲଜ୍ଜାଜନକଭାବେ ପରାସ୍ତ ହେବା ପରେ ଭାରତୀୟ ଟି-୨୦ ଦଳରେ ବ୍ୟାପକ ପରିବର୍ତ୍ତନ ପାଇଁ ସବୁଆଡୁ଼ ଦାବି ଉଠିଛି । ଏ ପ୍ରସଙ୍ଗରେ ବିସିସିଆଇରେ ବି ମାନସ ମନ୍ଥନ ଚାଲିଥିବା ଜଣାପଡ଼ିଛି । ଇଂରାଜୀ ଖବରକାଗଜ ଦି ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଗାମୀ ଦିନରେ କେବଳ ଭାରତୀୟ ଟିମ ନୁହେଁ, ଟିମ ପରିଚାଳନାରେ ବି ବ୍ୟାପକ ପରିବର୍ତ୍ତନ ହୋଇପାରେ । ୭ ବର୍ଷ ତଳେ ଇଂଲଣ୍ଡ ଟିମ ଓ ମ୍ୟାନେଜମେଣ୍ଟରେ ହୋଇଥିବା ପରିବର୍ତ୍ତନର ସୁଫଳ ଏବେ ଏହି ଟିମ ଭୋଗ କରୁଛି । ଠିକ ସେହିପରି ସଂସ୍କାର କଥା ଚିନ୍ତା କରୁଛି ବିସିସିଆଇ ।

ଭାରତୀୟ ଦଳର ଟି-୨୦ ଓ ଅନ୍ୟ ଫର୍ମାଟରେ ଅଲଗା ଅଲଗା କୋଚ ରଖିବାକୁ ଚିନ୍ତା କରାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଏକ ବଡ଼ ଭୂମିକା ଦିଆଯିବାକୁ ବିଚାର କରାଯାଉଛି । ୨୦୨୩ ଆଇପିଏଲ ପରେ ଧୋନୀ ଅବସରେ ନେବାର ସମ୍ଭାବନା ରହିଛି । ଏହା ପରେ ତାଙ୍କୁ ଭାରତୀୟ ଟି-୨୦ ଦଳର ଦାୟିତ୍ବ ଦିଆଯାଇପାରେ ।

ବର୍ତ୍ତମାନ ଭାରତୀୟ ଦଳ ଧୋନୀଙ୍କ ଦକ୍ଷତା ଓ ରଣକୌଶଳକୁ ଆବଶ୍ୟକ କରୁଛି ବୋଲି ବିସିସିଆଇ ମନେ କରୁଛି । ୨୦୨୧ ଟି-୨୦ ବିଶ୍ବକପ୍ ବେଳେ ଧୋନୀଙ୍କୁ ଅସ୍ଥାୟୀ ଭାବେ ଟିମ ଇଣ୍ଡିଆର ମେଣ୍ଟର୍ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ଆଗକୁ ତାଙ୍କୁ ସ୍ଥାୟୀ ଭାବେ ଏପରି କିଛି ଦାୟିତ୍ବ ଦିଆଯାଇପାରେ । ଚଳିତ ମାସ ଶେଷ ଆଡକୁ ଅନୁଷ୍ଠିତ ହେବାକୁ ଥିବା ବିସିସିଆଇ ବୈଠକରେ ଏ ନେଇ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ବୋଲି ଟେଲିଗ୍ରାଫ ରିପୋର୍ଟରେ କୁହାଯାଇଛି ।

Related posts

ଜୟପୁରର ନାହରଗଡ ୱାକ୍ସ ମ୍ୟୁଜିୟମରେ ସ୍ଥାପନ ହୋଇଛ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତି

Odisha Sports Bureau

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଟି-୨୦ ବିଶ୍ୱକପ ବିଜେତା ଭାରତୀୟ ଦଳ

ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Leave a Comment