ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଲଗାତାର ଦ୍ୱିତୀୟ ଥର ପାଇଁ ଟେଷ୍ଟ ଚାମ୍ପିୟନ୍ ଖେଳି ପାରିବନି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଥର ମଧ୍ୟ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଛି । ଅଷ୍ଟ୍ରେଲିଆଠାରୁ ହାରିବା ପରେ, ଦଳରେ କିଛି ପରିବର୍ତ୍ତନ ନିହାତି ଆବଶ୍ୟକ ବୋଲି ମତଦେଇଛନ୍ତି ବରିଷ୍ଠ କ୍ରିକେଟର । ଏହିକ୍ରମରେ ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ମଧ୍ୟ ଟେଷ୍ଟ ଟିମରେ ୩ଟି ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି । ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ଯଶସ୍ୱୀ ଜୟସୱାଲଙ୍କ କଥା ନିହାତି ହେବା ଦରକାର ବୋଲି କହିଛନ୍ତି ଦିନେଶ କାର୍ତ୍ତିକ। ସେ ଆହୁରି ମଧ୍ୟ କହିଚନ୍ତି ତାଙ୍କର ଘରୋଇ ସିଜିନ ବହୁତ ଭଲ ରହିଥିଲା । ତେଣୁ ଜଣେ ବ୍ୟାଟର ଭାବେ ତାଙ୍କ ପାଇଁ ଦଳରେ ସ୍ଥାନ ବାହାର କରିବା ନିହାତି ଆବଶ୍ୟକ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ସର୍ଫରାଜ ଖାନଙ୍କ ଘରୋଇ ସିଜିନ୍ ବେଶ ଭଲ ରହିଛି । ମିଡିଲ୍ ଅର୍ଡରରେ ମଧ୍ୟ ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍ । ତେଣୁ ଟିମ୍ ଇଣ୍ଡିଆରେ ତାଙ୍କ ପାଇଁ ସ୍ଥାନ ବାହାର କରିବାକୁ ସେ କହିଛନ୍ତି । ଏହା ବ୍ୟତୀତ ମିଡିୟମ୍ ଫାଷ୍ଟ ବୋଲର ମୁକେଶ କୁମାରଙ୍କୁ ମଧ୍ୟ ଟେଷ୍ଟ ଦଳରେ ସାମିଲ କରିବାକୁ ସେ କହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ମହମ୍ମଦ ଶାମି, ମହମ୍ମଦ ସିରାଜ ଭଲ ବୋଲିଂ କରିଥିଲେ । ମୁକେଶ କୁମାରଙ୍କୁ ଦଳରେ ସୁଯୋଗ ଦେବାକୁ ଦିନେଶ କାର୍ତ୍ତିକ ପରାମର୍ଶ ଦେଇଛନ୍ତି ।
