Uncategorized

ସ୍ୱର୍ଣ୍ଣ ହାସଲ କରିଥିବା ହର୍ଷବର୍ଦ୍ଧନ ସାହୁଙ୍କୁ ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;-ସ୍ୱର୍ଣ୍ଣ ହାସଲ କରିଥିବା ହର୍ଷବର୍ଦ୍ଧନ ସାହୁଙ୍କୁ ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ । ତେବେ ଜାତୀୟ ସ୍ତରରେ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଦକ୍ଷିଣ ଆମେରିକାର ଲିମା ଠାରେ ଅନୁଷ୍ଠିତ ହୋଇଥିଲା ଆଇଡବ୍ଳୁଏଲଏଫ ୱାର୍ଲଡ ୟୁଥ ଭାରୋତ୍ତୋଳନ ଚାମ୍ପଆନସିପ୍ । ଯେଉଁଥିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ହର୍ଷବର୍ଦ୍ଧନ । ଖାଲିସେତିକି ନୁହେଁ ବିହାରରେ ହୋଇଥିବା ଖେଲୋ ଇଣ୍ଡିଆରେ ବି ନିଜର ଜଲୱା ଦେଖାଇ ପଦକ ହାସଲ କରିଥିଲେ ହର୍ଷବର୍ଦ୍ଧନ । ସେପଟେ ହର୍ଷବର୍ଦ୍ଧନ ଜନ୍ମ ମାଟିକୁ ଫେରିବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ବାସଭବନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କୁ ଏହି ସମ୍ବର୍ଦ୍ଧନା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା । ଖେଳ ପାଇଁ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବା ଲାଗି ଜିଲ୍ଲାପାଳ ଶ୍ରୀ ପରିଡା ହର୍ଷବର୍ଦ୍ଧନଙ୍କୁ ପ୍ରତିଶୃତି ଦେଇଛନ୍ତି ।

 

Related posts

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ

୧୯ତମ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ହେଇଛନ୍ତି ଓଡ଼ିଶାର ସର୍ବାଧିକ ୧୩ ଜଣ କ୍ରୀଡ଼ାବିତ

Odisha Sports Bureau

ହଲିଉଡରେ ନଜର ଆସିବେ ନୀରଜ ଚୋପ୍ରା?

Odisha Sports Bureau