Cricket

ପିତାଙ୍କ ମୃତ୍ୟୁ ପରେ ଭାବପ୍ରବଣ ହୋଇ କ୍ରିକେଟ୍ରୁ ବ୍ରେକ୍ ନେଲେ ଇଂଲଣ୍ଡ ଖେଳାଳି କ୍ରିସ ୱକ୍ସ

ଭାରତୀୟ ସମୟ ଅନୁଯାୟୀ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଟି ୨୦ ବିଶ୍ୱକପ୍ । ଏଥିପାଇଁ ଖେଳାଳି ପ୍ରସ୍ତୁତ ଏବଂ ଟିମ ବି ପ୍ରସ୍ତୁତ । ହେଲେ ଇଂଲଣ୍ଡର ଅଲରାଉଣ୍ଡର ଖେଳାଳି କ୍ରିସ୍ ୱକ୍ସ ଏହି ଟୁର୍ଣ୍ଣାମେଣ୍ଟରୁ ଦୂରରେ ଅଛନ୍ତି । ତେବେ ୱକ୍ସ ବର୍ତ୍ତମାନ ଏହା ପଛର କାରଣ କଣ ଏବେ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି ।
ଏହା ଶୁଣିବା ପରେ ପ୍ରଶଂସକମାନେ ତାଙ୍କ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ ପାଇଁ ନିବେଦନ କରୁଛନ୍ତି । ତାଙ୍କୁ ଶୀଘ୍ର ପଡିଆରେ ଦେଖିବାକୁ ଚାହୁଁଛନ୍ତି ଫ୍ୟାନ୍ସ । ଭେଟେରାନ ଅଲରାଉଣ୍ଡର କ୍ରିସ ୱକ୍ସ ସୋସିଆଲ ମିଡିଆରେ ନିଜର ଦୁଃଖ ବାଣ୍ଟି କ୍ରିକେଟରୁ ବିରତି ନେବାକୁ ନିଷ୍ପତ୍ତି ସ୍ପଷ୍ଟ କରିଛନ୍ତି ।
କ୍ରିସ୍ ଲେଖିଛନ୍ତି –“ଗତ ମାସ ମୋ ଜୀବନର ସବୁଠାରୁ ଚ୍ୟାଲେଞ୍ଜିଂ ମାସ ଅଟେ । ଦୁର୍ଭାଗ୍ୟବଶତଃ ମୁଁ ମୋ ବାପାଙ୍କୁ ହରାଇଛି । ଏହି କଷ୍ଟ ସମୟରେ ନିଜ ପରିବାର ସହିତ ସମୟ ବିତାଇବା ଉପରେ ୱକ୍ସ ଗୁରୁତ୍ୱାରୋପ କରିଛନ୍ତି । ଆମେ ସମସ୍ତେ ଦୁଃଖିତ ଏବଂ ନିସନ୍ଦେହରେ ଆମ ଜୀବନର ସବୁଠାରୁ କଷ୍ଟଦାୟକ ମୁହୂର୍ତ୍ତ ଦେଇ ଯିବାକୁ ଚେଷ୍ଟା କରୁଛୁ ।

Related posts

ଆସେସ ସିରିଜ ୨୦୨୩: ମ୍ୟାଚରେ ଅଲଗା ଅଲଗା ଜୋତା ପିନ୍ଧି ଖେଳିବାକୁ ଆସିଲେ ଓଲି ରୋବିନସନ୍

କ୍ୱାଲିଫାୟାର ମ୍ୟାଚରୁ ବାଦ ପଡିଲା ୪ ଦେଶ

Odisha Sports Bureau

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦

Odisha Sports Bureau