Cricket

ଟସ ଜିତି ଇଂଲଣ୍ଡର ବୋଲିଂ

ଲର୍ଡ୍ସ: ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ । ଘାତ ପ୍ରତିଘାତ ପରେ ଶେଷରେ ପଡିଛି ଟସ । ଏହି ମ୍ୟାଚରେ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ । ଭାରତକୁ ବ୍ୟାଟିଂ କରିବା ପାଇଁ ସେ ଆମନ୍ତ୍ରିତ କରିଛନ୍ତି ।


ଏହି ମ୍ୟାଚରେ ଭାରତ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି । ଆହତ ଶର୍ଦ୍ଦୁଳଙ୍କ ସ୍ଥାନରେ ଅଭିଜ୍ଞ ବୋଲର ଇଶାନ୍ତ ଶର୍ମାଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରାଯାଇଛି । ତେବେ ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ବୋଲର ଭାବରେ ସ୍ଥାନ ପାଇଥିବା ରବିଚନ୍ଦ୍ରନ ଅଶ୍ୱିନ ଏକାଦଶରୁ ବାହାର ହୋଇଛନ୍ତି ।
ସେହିପରି ଇଂଲଣ୍ଡ ଦଳ ଏହି ମ୍ୟାଚରେ ତିନୋଟି ପରିବର୍ତ୍ତନ କରିଛି । ଆହତ କାରଣରୁ ପ୍ରମୁଖ ଖେଳାଳୀ ଷ୍ଟୁଆର୍ଟ ବ୍ରଡ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ମାର୍କ ଉଡ ଖେଳିବା ପାଇଁ ସୁଯୋଗ ପାଇଛନ୍ତି । ସେହିପରି ଡାନ ଲରେନ୍ସ ଏବଂ ଜ୍ୟାକ କ୍ରଲୀଙ୍କ ଖରାପ ପ୍ରଦର୍ଶନ ପାଇଁ ଉଭୟଙ୍କୁ ଚୁଡାନ୍ତ ଏକାଦଶରୁ ବାହାରେ ବସିବାକୁ ପଡିଛି । ସେମାନଙ୍କ ସ୍ଥାନରେ ଅଲରାଉଣ୍ଡର ମୋଇନ ଅଲୀ ଏବଂ ହସୀବ ହମିଦ ଦ୍ୱିତୀୟ ମ୍ୟାଚ ପାଇଁ ଚୟନ ହୋଇଛନ୍ତି । ତେବେ ଜେମ୍ସ ଆଣ୍ଡରସନଙ୍କୁ ନେଇ ଚାଲିଥିବା ଆଲୋଚନା କରିଛନ୍ତି ଇଂଲଣ୍ଡ ଦଳର କୋଚ ଏବଂ ଅଧିନାୟକ । ଆଜିର ମ୍ୟାଚରେ ଆଣ୍ଡସନ ଖେଳୁତିବାର ନଜର ଆସିବେ ।


ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ।

ଇଂଲଣ୍ଡ: ରୋରୀ ବର୍ନସ୍, ଡମ୍ ସିବଲେ, ହସୀମ ହମିଦ୍, ଜୋ ରୁଟ୍ (କ୍ୟାପଟେନ୍), ଜନ୍ନି ବେୟାରଷ୍ଟୋ, ମୋଇନ୍ ଅଲୀ, ଜୋସ୍ ବଟଲର (ୱିକେଟକିପର), ସାମ୍ କୁରାନ, ଓଲି ରବିନସନ୍, ମାର୍କ ଉଡ୍, ଜେମ୍ସ ଆଣ୍ଡରସନ୍।

Related posts

ମଇଦାନକୁ ଓହ୍ଲାଇବ ରାହୁଲ ସେନା

Odisha Sports Bureau

ଟି୨୦ ବିଶ୍ୱକପକୁ ନେଇ ବିସିସିଆଇ ଅଧିକାରୀଙ୍କୁ ମନ କଥା ଜଣାଇଲେ ରୋହିତ

Odisha Sports Bureau

ଆୟାର୍ଲାଣ୍ଡ ଟି-୨୦ ରେ ଖେଳିବେ ରିଙ୍କୁ ସିଂ