Javelin Throw

ଓଡିଶାରେ ଏକାଠି ହେବେ ଦୁଇ ଷ୍ଟାର ଆଥ୍‌ଲେଟ ନୀରଜ ଚୋପ୍ରା ଓ କିଶୋର ଜେନା

ବ୍ୟୁରୋ : ଓଡିଶାରେ ଏକାଠି ହେବେ ଦୁଇ ତାରକା ଆଥ୍‌ଲେଟ | ଟୋକିଓ ଅଲିମ୍ପିକ୍ସ ପରେ ପ୍ରଥମ ଥର ଭାରତରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି ବିଶ୍ବ ଜାଭଲିନ୍‌ ବିଜେତା ନୀରଜ ଚୋପ୍ରା | ଏଥିସହ ଓଡ଼ିଆ ତାରକା କିଶୋର କୁମାର ଜେନା ମଧ୍ୟ କରିବେ ପ୍ରତିଦ୍ବନ୍ଦ୍ବିତା | ହଁ ଦର୍ଶକ ବନ୍ଧୁ କିଛି ଦିନର ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ତାରକା ଆଥ୍‌ଲେଟଙ୍କ ମହାମେଳା। ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହେବ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥ୍‌ଲେଟିକ୍ସ ପ୍ରତିଯୋଗିତାର ୨୭ତମ ସଂସ୍କରଣ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଏବଂ ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସହଯୋଗରେ ୪ ଦିନ ବିଶିଷ୍ଟ ଏହି ସମ୍ମାନଜନକ ପ୍ରତିଯୋଗିତାରେ ମୋଟ ୨୦ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଏହା ମଧ୍ୟରେ ୧୮ଟି ଇଭେଣ୍ଟରେ ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀ ଆକ୍ସନରେ ଦେଖିବାକୁ ମିଳିବେ।

ଫେଡେରେଶନ କପ୍‌ର ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ଓଡ଼ିଶାର କିଶୋର ଜେନା ମଧ୍ୟ ଆକ୍ସନରେ ଦେଖିବାକୁ ମିଳିବେ। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ବୁଧବାର ଟୁଇଟ୍‌ ଯୋଗେ ଏହା ସ୍ପଷ୍ଟ କରିଦିଆ ଯାଇଛି।

ସେପଟେ ଆସନ୍ତା ୧୦ ତାରିଖରେ ଦୋହା ଡାଏମଣ୍ଡ ଲିଗ୍ ରହିଛି ଏଥିପାଇଁ ଏଣ୍ଟ୍ରି ତାଲିକା ପ୍ରକାଶ ପାଇଛି । ନୀରଜଙ୍କ ସହ ଏହି ତାଲିକାରେ କିଶୋର ଏବଂ ଅନ୍ୟ ଦେଶର ଆଥଲେଟସ ମଧ୍ୟ ରହିଛନ୍ତି | ମେ’ ୧୦ ତାରିଖରେ ଥିବା ଏହି ଡାଏମଣ୍ଡ ଲିଗ୍‌ରେ ଭାଗ ନେଇସାରିବା ପରେ ଷ୍ଟାର ପ୍ଲେୟାର ଭୁବନେଶ୍ବର ଫେରିବେ। ଏହାପରେ ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥ୍‌ଲେଟିକ୍ସ ପ୍ରତିଯୋଗିତାରେ ଭାଗ ନେବେ | ନୀରଜ ୩ ବର୍ଷ ବ୍ୟବଧାନରେ ଘରୋଇ ପରିବେଶରେ ପ୍ରଥମଥର ପାଇଁ ଟ୍ରାକ୍‌କୁ ଓହ୍ଲାଇବେ।

Related posts

ନୀରଜଙ୍କ ଟୋକିଓ ଟୁ ପ୍ୟାରିସ ଯାତ୍ରା, ଦୁଇ ଅଲମ୍ପିକ୍ସ ମଧ୍ୟରେ ନୀରଜ ପାଲଟିଲେ ଭାରତର ସବୁଠୁ ବଡ଼ ଆଥଲେଟ

Odisha Sports Bureau

ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଥିଲା, ‘ଗୋଲ୍ଡେନ ବୟ’ ନୀରଜ ଚୋପ୍ରା ଆହତ

Odisha Sports Bureau

ଅଲିମ୍ପିକ୍ ଓ ବିଶ୍ବ ବିଜେତା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ବିଜେତା ଟ୍ରଫି ବଜାୟ ରଖିବାରେ ବିଫଳ

Odisha Sports Bureau