Cricket

ଏଲଏଲସି ଖେଳିବେ ଭାରତର ପୂର୍ବତନ ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ

ନୂଆଦିଲ୍ଲୀ: ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲଏଲସି ) ଖେଳିବେ ଭାରତର ପୂର୍ବତନ ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ । ତେବେ ସେ ଗତ ଆଇପିଲଏ ଶେଷ ହେବା ପରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ହେଲେ ବର୍ତ୍ତମାନ କାର୍ତ୍ତିକ କହିଛନ୍ତି ଯେ, ‘ ଅବସର ପରେ ମୁଁ ଏଲଲଏସି ଖେଳିବା ପାଇଁ ମନସ୍ତ କରିଛି । ମୁଁ ପୁଣି ଥିଲେ ସମସ୍ତଙ୍କୁ ମନୋରଞ୍ଜନ କରିବା ପାଇଁ ଖେଳ ପଡିଆକୁ ଯିବି’ ।
ସୂଚନା ଅନୁଯାୟୀ, ତେବେ କାର୍ତ୍ତିକ ଭାରତ ପକ୍ଷରୁ ୧୮୦ଟି ମ୍ୟାଚ୍ (୩ଟି ଯାକ ଫର୍ମାଟ) ଖେଳି ୩,୪୬୩ ରନ୍ ସଂଗ୍ରହ କରିଥିଲେ । ଟେଷ୍ଟରେ ସେ ଗୋଟିଏ ଶତକ ଏବଂ ୭ଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ୱିକେଟ୍ କିପର ଭାବେ ୧୭୨ଟି ସଫଳତା ହାସଲ କରିଥିଲେ । ଆଇପିଏଲ୍ରେ ସେ ୧୭ଟି ସିଜନରେ ୨୬୭ଟି ମ୍ୟାଚ୍ ଖେଳି ୪,୮୪୨ରନ୍ (୨୨ଅର୍ଦ୍ଧଶତକ) ସଂଗ୍ରହ କରିଥିଲେ । ତେବେ ଆସନ୍ତା ୨୯ ତାରିଖରେ ଏଲ୍ଏଲ୍ସିର ପରବର୍ତ୍ତୀ ସଂସ୍କରଣ ପାଇଁ ନିଲାମ ଅନୁଷ୍ଠିତ ହେବାକୁ ଥିବାବେଳେ ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ବୋଲି କୁହାଯାଉଛି । ନିକଟରେ ଅବସର ଘୋଷଣା କରିଥିବା ଶିଖର ଧାୱନ ମଧ୍ୟରେ ଏଲ୍ଏଲ୍ସି ଖେଳିବେ ବୋଲି ସୂଚନା ରହିଛି ।

 

Related posts

ଆଇପିଏଲ୍ ୨୦୨୩ରେ ଆଜି ମୁହାଁ ମୁହିଁ ହେବ ଚେନ୍ନାଇ ସୁପରକିଙ୍ଗସ ଓ ଲକ୍ଷ୍ନୌ ସୁପରଜିଆଣ୍ଟସ

ହେୟାର ଡ୍ରାୟରରେ ଶୁଖିଲା ଖେଳ ମଇଦାନ

Odisha Sports Bureau

ଟି- ୨୦ ସିରିଜରୁ ବାଦ ପଡିଲେ ଶ୍ରୀଲଙ୍କା ବୋଲର ନୂଆନ ତୁଷାର