Cricket

ସୁମନରାଣୀଙ୍କ ହାତ ଧରିଲେ ପୂର୍ବତନ ରଣଜୀ କ୍ରିକେଟର ଧୀରାଜ

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର ତଥା ବାମହାତୀ ସ୍ପିନର ଧୀରାଜ ସିଂହ ତାଙ୍କର ତୃତୀୟ ପାଳି ଆରମ୍ଭ କରିଛନ୍ତି। ସୋମବାର କଟକ ଚହଟାସ୍ଥିତ ରାମ ମନ୍ଦିରରେ କୁସପଙ୍ଗିସ୍ଥିତ ବିଜୟ କୁମାର ଦାସ ଓ ନିରୂପମା ଦାସଙ୍କ ଝିଅ ସୁମନରାଣୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁଇ ପରିବାର ସଦସ୍ୟଙ୍କ ସହ କିଛି ନିକଟତମ ବନ୍ଧୁମାନଙ୍କୁ ନେଇ ଏହି ବିବାହ କାର୍ଯ୍ୟକ୍ରମ ହୋଇଥିଲା। ୨୦୦୮ରେ ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ ଖେଳିଥିବା ଧୀରାଜ ଗତବର୍ଷ ଡିସେମ୍ବରରେ ଅବସର ଘୋଷଣା କରିଥିଲେ।

ଓଡ଼ିଶା ପାଇଁ ସେ ୫୧ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୧୯ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏହାମଧ୍ୟରେ ୫ ଥର ୫ ୱିକେଟ୍‌ ସଫଳତା ମଧ୍ୟ ରହିଛି। ୨୦୧୮ରେ ଜମ୍ମୁ କାଶ୍ମୀର ବିପକ୍ଷରେ ଶେଷ ରଣଜୀ ମ୍ୟାଚ୍‌ ଖେଳିଥିଲା ବେଳେ ଏହାପରଠୁ ସେ ଆଉ ରାଜ୍ୟ ଦଳକୁ ଫେରିପାରିନାହାନ୍ତି। ସେହିପରି ୧୯ ଲିଷ୍ଟ ଏ’ରୁ ୧୭ ଓ ୫ ଟ୍ବେଣ୍ଟି-୨୦ରୁ ୮ ୱିକେଟ୍‌ ଅକ୍ତିଆର କରିଛନ୍ତି। ଧୀରାଜ ବର୍ତ୍ତମାନ ଭାରତୀୟ ଡାକ ବିଭାଗରେ କାର୍ଯ୍ୟରତ ଅଛନ୍ତି।

Related posts

IPL ନିଲାମରେ ବିକ୍ରି ନ ହେବା ପରେ ଧନ୍ୟବାଦ ଜଣାଇଲେ, ଏବେ ଓପନିଂରେ ରେକର୍ଡ ସ୍ଥାପନ କଲେ

Odisha Sports Bureau

ନୂଆ ଇତିହାସ ସୃଷ୍ଟି କଲେ ଈଶାନ କିଶାନ

Odisha Sports Bureau

ଶୁବମନଙ୍କ ଏହି ୫ ଖେଳାଳିଙ୍କୁ ବାଦ ଦିଆଯାଇଛି…

Odisha Sports Bureau