Badminton

୩୫ତମ ଗ୍ରାଣ୍ଡସ୍ଲାମ ଫାଇନାଲ୍‌ରେ ଜୋକୋଭିକ୍‌

ଲଣ୍ଡନ: ସର୍ବିଆ ତାରକା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ୍‌ ୨୪ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌ଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ପହଞ୍ଚିଛନ୍ତି। ଶୁକ୍ରବାର ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲ୍‌ରେ ଜୋକୋଭିକ୍‌ ୮ ନମ୍ବର ମାନ୍ୟତାପ୍ରାପ୍ତ ଇଟାଲିର ଜାନିକ୍‌ ସିନରଙ୍କୁ ୬-୩, ୬-୪, ୭-୬ ରେ ପରାସ୍ତ କରିଛନ୍ତି। ଫଳରେ ପ୍ରଥମ ଖେଳାଳି ଭାବେ ଗ୍ରାଣ୍ଡ ସ୍ଲାମ୍‌ ପୁରୁଷ ଏକକରେ ସର୍ବାଧିକ ୩୫ ଥର ଫାଇନାଲ୍‌ରେ ପ୍ରବେଶ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଫାଇନାଲ୍‌ରେ ଜୋକୋଭିକ୍‌ ସ୍ପେନୀୟ ତାରକା ତଥା ବିଶ୍ବର ଏକ ନମ୍ବର ଖେଳାଳି କାର୍ଲୋସ ଆଲକାରାଜ ଗାର୍ଫିଆ କିମ୍ବା ତୃତୀୟ ମାନ୍ୟତାପ୍ରାପ୍ତ ରୁଷୀୟ ଖେଳାଳି ଡାନିଏଲ୍ ମେଡଭେଡେଭଙ୍କୁ ଭେଟିବେ।

Related posts

ଚୀନ ଏବଂ କୋରୀଆ ଓପନ ଠାରୁ ଦୁରେଇଲେ ପ୍ରଣାୟ

Odisha Sports Bureau

BWF ଫାଇନାଲରେ ସିନ୍ଧୁ

Odisha Sports Bureau

ନିର୍ବାଚନ ଲଢିବେ ପିଭି ସିନ୍ଧୁ

Odisha Sports Bureau