Cricket

ହିଟମ୍ୟାନଙ୍କ ହାତରେ ବଡ ସଫଳତା

ନୂଆଦିଲ୍ଲୀ: ଟି-୨୦ ପରେ ଦିନିକିଆରେ ବି ରୋହିତଙ୍କ ଜଲୱା । ବିରାଟଙ୍କୁ ରିପ୍ଲେସ କରିବେ ରୋହିତ । କୋହଲୀଙ୍କ ହାତରୁ ପଦ ଯାଇଛି ହିଟମ୍ୟାନଙ୍କ ହାତକୁ । ଦିନିକିଆ କ୍ରିକେଟରେ ଫୁଲ ଟାଇମ କ୍ୟାପ୍ଟେନ୍ସି ପାଇଲେ ରୋହିତ ଶର୍ମା ।

IND vs NZ 2021: Aakash Chopra Feels Rohit Sharma Made An Error Of Not  Bowling Venkatesh Iyer Against New Zealand

ସବୁ ବାଦ ବିବାଦର ଅନ୍ତ ଘଟାଇଛି ବିସିସିଆଇ । ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାରେ ପଡିଛି ପୂର୍ଣ୍ଣଚ୍ଛେଦ । ଅନ୍ତ । ଦିନିକିଆ ଦଳର ଅଧିନାୟକ ଭାର ମଧ୍ୟ ଏବେ  ବିରାଟଙ୍କ ହାତରୁ ଖସି ଯାଇଛି । ଟି-୨୦ ପରେ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱରୁ ମଧ୍ୟ ବିରାଟ ଓହରି ଯାଇଛନ୍ତି । ଏହାପରେ ରୋହିତ ଶର୍ମାଙ୍କୁ ମିଳିଛି ଏହି ଦାୟିତ୍ୱ । ଏବେ ଦିନିକିଆରେ ମଧ୍ୟ ନେତୃତ୍ୱ ନେବେ ହିଟମ୍ୟାନ ରୋହିତ ଶର୍ମା । ଏ ନେଇ ଜାତୀୟ ଚୟନକର୍ତ୍ତା କମିଟି ସୂଚନା ଦେଇଛନ୍ତି । ଏବେ ବିରାଟ କୋହଲୀଙ୍କ ହାତରେ କେବଳ ଟେଷ୍ଟ ଦଳର ଅଧିନାୟକ ପଦ ରହିଛି ।

Possible rift between Virat Kohli and Rohit Sharma? Hitman says THIS about  Indian skipper - WATCH

ବିଶ୍ଵ କପ୍ ଆରମ୍ଭ ହେବା ପୂର୍ବରୁ  ହିଁ ବିରାଟ ଟି-୨୦ ଦଳର ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରି ସାରିଥିଲେ। ତେବେ ବିରାଟ କୋହଲିଙ୍କୁ କେବଳ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ଵ ଦେବା ଏବଂ ସୀମିତ ଓଭର କ୍ରିକେଟ୍ରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ କରାଯିବା ନେଇ ଦାବି ଜୋର ଧରିଥିଲା। ଅନେକ ବିଶେଷଜ୍ଞ ଏବଂ ପୂର୍ବତନ ଖେଳାଳି ମଧ୍ୟ ରୋହିତ ସୀମିତ ଓଭର କ୍ରିକେଟର ସବୁଠୁ ଯୋଗ୍ୟ ଅଧିନାୟକ ହୋଇ ପାରିବେ ବୋଲି ଚର୍ଚ୍ଚା ହୋଇଥିଲା।

 

ବହୁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ରୋହିତଙ୍କୁ ଦିନିକିଆ ଦଳର ଅଧିନାୟକ ପଦରେ ବିଭୂଷିତ କରାଯାଇଛି । ଆଗକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ରୋହିତ ଶର୍ମା ନିୟମିତ ଅଧିନାୟକ ଭାର ହାତକୁ ନେବେ । ଜାନୁଆରୀ ୧୯ରୁ ଦୁଇ ଦେଶ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ।

Related posts

ଆଜି ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ

Odisha Sports Bureau

ଭାରତ-ଶ୍ରୀଲଙ୍କା ସିରିଜ ଉପରେ କୋରୋନା କାୟା

ଅଧିନାୟକ ପଦ ପାଇବ କିଏ ??

Odisha Sports Bureau