Cricket

୨୦୨୨ରେ ହରଭଜନଙ୍କ ନୂଆ ଅବତାର

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ ନେଇ ପାରନ୍ତି ନୂଆ ରୂପ । ଆଗାମୀ ଆଇପିଏଲରେ ସେ ଜଣେ ଖେଳାଳୀ ଭାବେ ନୁହେଁ ବରଂ ଅନ୍ୟ ଏକ ଦାୟିତ୍ୱରେ ନଜର ଆସିପାରନ୍ତି । ୨୦୨୧ ଆଇପିଏଲ ସିଜନର ପ୍ରଥମ ପର୍ଯ୍ୟାୟରେ ଭଜ୍ଜି କୋଲକାତା ନାଇଟ ରାଇଡର୍ସ ପକ୍ଷରୁ କିଛି ମ୍ୟାଚ ଖେଳିଥିଲେ । କିନ୍ତୁ ୟୁଏଇ ଦ୍ୱିତୀୟ ପର୍ଯ୍ୟାୟରେ ସେ କୌଣସି ମ୍ୟାଚ ଖେଳି ନଥିଲେ । ଆଗାମୀ ସପ୍ତାହରେ କ୍ରିକେଟ ଜଗତରୁ ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି । ଏହାପରେ କୌଣସି ବଡ ଆଇପିଏଲ ଫ୍ରାଞ୍ଚାଇଜିର ସପୋର୍ଟ ଷ୍ଟାଫ ଦାୟିତ୍ଵ ତୁଲାଇବେ ଭଜ୍ଜି ।

Harbhajan Singh taken apart on Twitter for abusing Pakistani woman  journalist
ସୂଚନା ଅନୁଯାୟୀ, ହରଭଜନଙ୍କ ଭୂମିକା କୌଣସି ପରାମର୍ଶଦାତା, ମାର୍ଗଦର୍ଶକ କିମ୍ବା ପରାମର୍ଶଦାତା ସମୂହର ଅଂଶ ହୋଇପାରନ୍ତି । ସେ ଯେଉଁ ଫ୍ରାଞ୍ଚାଇଜି ସହ ଆଲୋଚନା ଚଳାଇଛନ୍ତି, ସେହି ଦଳ ସହ ନିଜର ଅନୁଭବ ବାଣ୍ଟିବାକୁ ଚାହୁଁଛନ୍ତି। ସେ ନିଲାମରେ ଖେଳାଳିଙ୍କୁ ଚୟନ କରିବାରେ ଫ୍ରାଞ୍ଚାଇଜିକୁ ସାହାଯ୍ୟ କରିବା ପାଇଁ ସକ୍ରିୟ ଭୂମିକା ନିଭାଇ ପାରନ୍ତି। ହରଭଜନ ସର୍ବଦା ଖେଳାଳିଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ରୁଚି ଦେଖାଇ ଆସିଛନ୍ତି। ଏକ ଦଶନ୍ଧି ଧରି ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ପରେ ଗତ କିଛି ବର୍ଷ ହେବ ସେ ଏହି ଦାୟିତ୍ଵ ସମ୍ଭାଳୁଛନ୍ତି ।

Related posts

ଆଜିଠୁ ଭାରତର ଟି-୨୦ ବିଶ୍ୱକପ ଅଭିଯାନ

ଚାଲିଛି   ଆଇପିଏଲ ୨୦୨୫ର ୧୦ତମ ମ୍ୟାଚ୍: ବ୍ୟାଟିଂ କରୁଛି SHR

Odisha Sports Bureau

ଡବ୍ଲୁ.ପି.ଏଲ୍ ଅକ୍ସନ ଇତିହାସରେ ପ୍ରଥମ

Odisha Sports Bureau