Hockey

୧୧ ହଜାର ହକି ଷ୍ଟିକ ,୩୩୦୦ ହକି ବଲ୍ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ବାଣ୍ଟିବ ହକି ଇଣ୍ଡିଆ

ଭୁବନେଶ୍ୱର: ହକିର ବଢିବ ଲୋକପ୍ରିୟତା । ହକିର ବିକାଶ ପାଇଁ ହକି ଇଣ୍ଡିଆ ଭିଡିଛି ଅଣ୍ଟା । କ୍ରିକେଟ ପରି ହକିକୁ ମଧ୍ୟ ଦର୍ଶକ ଦେବେ ଗୁରୁତ୍ୱ । ଏନେଇ ୧୧ ହଜାର ହକି ଷ୍ଟିକ ,୩୩୦୦ ହକି ବଲ୍ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ବାଣ୍ଟିବ ହକି ଇଣ୍ଡିଆ । ସମସ୍ତ ସଦସ୍ୟ ୟୁନିଟ୍ ଏବଂ ବଛାବଛା ଏକାଡେମୀ ହକି ଷ୍ଟିକ୍ ଓ ହକି ବଲ୍ ପାଇବେ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି । ଭାରତୀୟ ହକି ତା’ର ପୂରୁଣା ଗୌରବ ଫେରିପାଇବା ଲକ୍ଷ୍ୟରେ କାମ କରୁଛି ହକି ଇଣ୍ଡିଆ । ଏଥିପାଇଁ ତୃଣମୂଳ ସ୍ତରକୁ ମଜଭୁତ କରିବାକୁ ପଡ଼ିବ ବୋଲି ହକି ଇଣ୍ଡିଆ ସଭାପତି କହିଛନ୍ତି । ଭାରତରେ ହକିର ବିକାଶ ମୂଳ ଲକ୍ଷ୍ୟ । ସମଗ୍ର ଦେଶରେ ଖେଳାଳିଙ୍କୁ ଉଚ୍ଚମାନର ହକି ସରଞ୍ଜାମ ଯୋଗାଇଦେବା କ୍ଷେତ୍ରରେ କାମ କରାଯାଉଛି । ଏହାଦ୍ବାରା ଯୁବ ହକି ଖେଳାଳିମାନେ ଉପକୃତ ହେବା ସହ ସବୁ ପ୍ରାନ୍ତକୁ ହକି ପହଞ୍ଚିପାରିବ । ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ଭାର ସମ୍ଭାଳିବା ପରେ ହକିର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହାକୁ ଚାରିଆଡୁ ପ୍ରଶଂସା କରାଯାଉଛି ।ଏହାଦ୍ବାରା ଦେଶର ହକି ଖେଳାଳିମାନେ ଉପକୃତ ହେବା ସାଙ୍ଗକୁ ଖେଳ ଅଧିକ ଆଦୃତ ହୋଇପାରିବ । ହକି ଖେଳାଳିମାନେ ସେମାନଙ୍କ କ୍ୟାରିୟର ଆରମ୍ଭରୁ ଉପଯୁକ୍ତ ସରଞ୍ଜାମ ପାଇପାରିବେ । ଖେଳାଳିମାନେ ନିଜକୁ କିପରି ଫିଟ୍ ରଖିପାରିବେ ସେହି ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦିଲୀପ ତିର୍କୀ କହିଛନ୍ତି ।

Related posts

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

Odisha Sports Bureau

ହକିରେ ଜର୍ମାନୀଠୁ ହାରିଲା ଭାରତ

Odisha Sports Bureau

ଓଡ଼ିଶା ମହିଳା ହକି ଦଳ ସେମିରେ ପ୍ରବେଶ

Odisha Sports Bureau