ଭୁବନେଶ୍ୱର: ପୁଣି ହୋହଲ୍ଲାରେ କମ୍ପି ଉଠିବ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ଝୁମି ଉଠିବ ରାଜଧାନୀ ଆଉ ହକି ପେମୀ । କାରଣ ଆଗକୁ ଆସୁଛି ଆଉ ଏକ ବଡ ହକି ଟୁର୍ଣ୍ଣାମେଣ୍ଟ । ଆସନ୍ତା ଫେବୃୟାରୀ ମାସରୁ କଳିଭ୍ଗ ଷ୍ଟାଡିୟମରେ ପୁରୁଷ ଏବଂ ମହିଳା ଏଫଆଇଏଚ ପ୍ରୋ ହକି ଲିଗ ଖେଳାଯିବ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ରହିବ ସାମାନ୍ୟ ପରିବର୍ତ୍ତନ । ଏଥର କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କୁ ମିଳିବ ଅନୁମତି । ଦର୍ଶକଙ୍କ ଉପସ୍ଥିତିରେ କେଳାଯିବ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ । ଏନେଇ ଏଫଆଇଏଚ ଏବଂ କ୍ରୀଡା ବିଭାଗ ଏକ ସଙ୍କେତ ଦେଇଛନ୍ତି ।
ଆସନ୍ତା ଫେବୃୟାରୀ ଏଫଆଇଏଚ ପୁରୁଷ ଓ ମହିଳା ପ୍ରୋ ଲିଗ ଆରମ୍ଭ ହେବ । ତେବେ ହକିର ଘରୋଇ ପର୍ଯ୍ୟାୟ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ହିଁ ଖେଳାଯିବ । ଫେବୃୟାରୀ ୨୬ ତାରିଖରୁ ପୁରୁଷ ମାନଙ୍କର ଲିଗ ଆରମ୍ଭ ହେଉଥିବା ବେଳେ ଫେବୃୟାରୀ ୧୯ରୁ ଅରମ୍ଭ ହେବ ମହିଳା ପ୍ରୋ ଲିଗ । ପୁରୁଷ ବର୍ଗରେ ୨୬ ଓ ୨୭ରେ ସ୍ପେନ୍, ମାର୍ଚ ୧୨ ଓ ୧୩ରେ ଜର୍ମାନି ଏବଂ ୧୯ ଓ ୨୦ ତାରିଖରେ ଆର୍ଜେଣ୍ଟିନା ସହ ଭାରତର ମୁକାବିଲା ରହିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଏପ୍ରିଲ ୨ ଓ ୩ରେ ଖେଳାଯିବ । ଭାରତୀୟ ପୁରୁଷ ଟିମ୍ ମୋଟ ୮ଟି ମ୍ୟାଚ୍ ଖେଳିବା ସହ ମହିଳା ଟିମ୍ ମଧ୍ୟ କିଛି ମ୍ୟାଚ ଖେଳିବ ।
previous post
next post