Hockey

ଆସନ୍ତା ବର୍ଷ ଜାନୁଆରୀ ମାସ ୧୫ ତାରିଖରେ ଆରମ୍ଭ ହେବ ହକି ବିଶ୍ୱକପ ୨୦୨୨

ଭୁବନେଶ୍ୱର ; ଆସନ୍ତା ବର୍ଷ ଜାନୁଆରୀ ମାସ ୧୫ ତାରିଖରେ ଆରମ୍ଭ ହେବ ହକି ବିଶ୍ୱକପ ୨୦୨୨ । ଏ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ୫ ଟା ରେ ଲୋକସେବା କନଭେନ୍ସନ ହଲରେ ବସିବ ସର୍ବଦଳୀୟ ବୈଠକ । ବୈଠକରେ ହକି ବିଶ୍ୱକପ ଆୟୋଜନ ବାବଦରେ ରାଜନୈତିକ ଦଳମାନଙ୍କୁ ସୂଚନା ଦେବେ ମୁଖ୍ୟମନ୍ତ୍ରୀ ।ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ହାତକୁ ନେଇଛନ୍ତି । ବିଭିନ୍ନ ପ୍ରସ୍ତୁତିକୁ ନେଇ ରାଜ୍ୟର ବିଭିନ୍ନ ରାଜନୈତିକ ଦଳକୁ ଅବଗତ କରିବେ ସରକାର । ଏ ନେଇ ସର୍ବଦଳୀୟ ବୈଠକ ଡାକିଛିନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ପକ୍ଷରୁ ରାଜନୈତିକ ଦଳ ମାନଙ୍କୁ ବୈଠକରେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଛି ।

Related posts

ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ଏଲଭିରା ବ୍ରିଟୋଙ୍କ ଦେହାନ୍ତ

Odisha Sports Bureau

ହିରୋ ହକି ଇଣ୍ଡିଆ ଲିଗ୍ ମ୍ୟାଚକୁ ଦେଖିବାକୁ ଆବଶ୍ୟକତା ନାହିଁ ପାସ୍ ଓ ଟିକେଟର

Odisha Sports Bureau

ଭାରତୀୟ ପୁରୁଷ ହକି ଦଳର ବରିଷ୍ଠ ଖେଳାଳି ଲଳିତ କୁମାର ଉପାଧ୍ୟାୟ ଅନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି