Badminton

ସାଇନାଙ୍କ ପରେ ସିନ୍ଧୁ ବିଦା, ଆଗେଇଲେ ଶ୍ରୀକାନ୍ତ

(ଓଡିଶା ସ୍ପୋର୍ଟ): ଭାରତୀୟ ଷ୍ଟାର ଶଟଲର୍ ପିଭି ସିନ୍ଧୁ ହଂକଂ ପ୍ରି-କ୍ୱାର୍ଟରରୁ ଆଗକୁ ବଢ଼ି ପାରିନାହାନ୍ତିା ବ୍ୟାଡ୍ମିଣ୍ଟନ୍ ଓପନ୍ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଗତକାଲି ଅନ୍ୟତମ ଷ୍ଟାର ଶଟଲର୍ ସାଇନା ନେହ୍ୱାଲ ଲିଗ୍ ପର୍ୟ୍ୟାୟରୁ ବିଦାୟ ନେଇଥିଲେ। ଅର୍ଥାତ ହଂକଂ ଓପନର ମହିଳା ଏକକ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି।
ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଭାରତର ଷ୍ଟାର ଖେଳାଳି କିଦାମ୍ବି ଶ୍ରୀକାନ୍ତ ପ୍ରିକ୍ୱାର୍ଟରରେ ଅନ୍ୟତମ ଭାରତୀୟ ଖେଳାଳି ଏଚ୍ଏସ୍ ପ୍ରଣୟଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି।

ସିନ୍ଧୁ ତାଙ୍କ ପ୍ରିକ୍ୱାର୍ଟର ମୁକାବିଲାରେ ଦକ୍ଷିଣ କୋରିଆର ସୁଙ୍ଗ ଜି ହୁୟାନ୍ଙ୍କୁ ଭେଟିଥିଲେ। ତେବ ସୁଙ୍ଗଙ୍କଠାରୁ ସିନ୍ଧୁ ୨୨-୨୬ ଓ ୨୦-୨୨୦ରେ ହାରି ଯାଇଥିଲେ। ଏହି ମ୍ୟାଚ୍ଟି ଦୀର୍ଘ ୫୯ ମିନିଟ୍ ଧରି ଚାଲିଥିଲା।

ଅନ୍ୟପକ୍ଷରେ ଶ୍ରୀକାନ୍ତ ତାଙ୍କ ପ୍ରି କ୍ୱାର୍ଟର ମୁକାବିଲା ପ୍ରଣୟଙ୍କ ସହ ଖେଳିଥିଲେ। ଦୁଇ ଭାରତୀୟଙ୍କ ମଧ୍ୟରେ ଏହି ମୁକାବିଲାଟି ବେଶ ଆକର୍ଷଣୀୟ ରହିଥିଲା। ପ୍ରଥମ ସେଟ୍କୁ ପ୍ରଣୟ ୨୧-୧୮ରେ ଜିତି ନେଇଥିଲେ। ଏହାପରେ ଶ୍ରୀକାନ୍ତ କମ୍ବ୍ୟାକ୍ କରି ୩୦-୨୯ ଓ ୨୧-୧୮ରେ ଜିତି ନେଇଥିଲେ। ଗେମ୍ ପଏଣ୍ଟ ୨୧ରେ ହୋଇଥିଲେ ହେଁ ଟ୍ରାଏବ୍ରେକରରେ ମ୍ୟାଚ୍ ୩୦ ପଏଣ୍ଟ ଯାଏ ଯାଇଥିଲା। ଦୀର୍ଘ ୧ ଘଣ୍ଟା ଓ ୭ ମିନିଟ୍ ଧରି ମ୍ୟାଚ୍ଟି ଚାଲିଥିଲା।

Related posts

ବାଙ୍ଗାଲୁରକୁ ୪-୩ରେ ପରାସ୍ତ କଲା ଚେନ୍ନାଇ

Odisha Sports Bureau

ସତ୍ୱିକ୍ ସାଇରାଜ ଏବଂ ଚିରାଗ ସେଠୀ ସେମିଫାଇନାଲରେ ପରାସ୍ତ

Odisha Sports Bureau

କମାଲ କଲେ କିଟ୍ ଛାତ୍ରୀ ପଣ୍ଡା ସିଷ୍ଟର୍ସ

Odisha Sports Bureau