Cricket

୧୯୮୩ରେ ଟିମ୍‌ ଇଣ୍ଡିଆକୁ କେତେ ଟଙ୍କା ମିଳିଥିଲା ପୁରସ୍କାର ରାଶି ?

ନୂଆଦିଲ୍ଲୀ : ଆରମ୍ଭ ହୋଇଗଲାଣି ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ କାଉଣ୍ଟଡାଉନ୍ । ୫ ଅକ୍ଟୋବରରେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ | ତେବେ ବିଶ୍ୱକପ୍‌ର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏଥର ଚାମ୍ପିଅନ୍‌ ଦଳ ଟ୍ରଫି ସମେତ ୩୩.୧୮ କୋଟି ଟଙ୍କା ପୁରସ୍କାର ପାଇବେ ।

କିନ୍ତୁ ଜାଣନ୍ତି କି ୧୯୮୩ରେ ପ୍ରଥମ ଥର ବିଶ୍ୱକପ ଟ୍ରଫି ଜିତିବା ପରେ ଭାରତୀୟ ଟିମ୍‌ଙ୍କୁ କେତେ ଟଙ୍କା ମିଳିଥିଲା ? ବାସ୍ତବରେ କପିଲ ଦେବଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଯେତେବେଳେ ବିଶ୍ୱକପ ଜିତିଲା, ସେତେବେଳେ ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ପକ୍ଷରୁ କୌଣସି ପୁରସ୍କାର ରାଶି ପ୍ରଦାନ କରାଯାଇ ନଥିଲା । କିନ୍ତୁ ବିସିସିଆଇ ଖେଳାଳିଙ୍କୁ ପ୍ରତି ମ୍ୟାଚରେ ପ୍ରାୟ ୨୧୦୦ ଟଙ୍କା ଫି ଦେଉଥିଲା ।

ଯେତେବେଳେ ଭାରତୀୟ ଟିମ୍‌ ଓ୍ବାର୍ଲକପ୍‌ ଜିତିଲା, ବୋର୍ଡ ପ୍ରତ୍ୟେକ ଖେଳାଳିଙ୍କୁ ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲା । କିନ୍ତୁ ସେତେବେଳେ ଏତେ କମ୍ ଟଙ୍କାକୁ ନେଇ ବିରୋଧ କରାଯାଇଥିଲା । ପରେ ବୋର୍ଡ ଦିଲ୍ଲୀରେ ଲତା ମଙ୍ଗେଶକରଙ୍କ ଏକ କନ୍ସର୍ଟ ଆୟୋଜନ କରିଥିଲା ​​। ଯେଉଁଥିରେ ପ୍ରାୟ ୨୦ ଲକ୍ଷ ଟଙ୍କା ରୋଜଗାର ହୋଇଥିଲା । ଆଉ ଖେଳାଳିଙ୍କୁ ଏହି ଟଙ୍କା ଦିଆଯାଇଥିଲା ।

Related posts

ମୁମ୍ବାଇ ଇଣ୍ଡିଆନ୍ସର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି; ବୋଲିଂ ଅଭ୍ୟାସ କରୁଛନ୍ତି କ୍ୟାପଟେନ ପାଣ୍ଡ୍ୟା

Odisha Sports Bureau

ଧୋନୀଙ୍କୁ ନେଇ ବଡ ଖୁଲାସା କଲେ ପତ୍ନୀ ସାକ୍ଷୀ ଟ୍ଟ..

Odisha Sports Bureau

ଆଜି ବି ଭାରତୀୟଙ୍କ ମନରେ ଅଭୁଲା ହୋଇ ରହିଛି ୧୯ ନଭେମ୍ବର

Odisha Sports Bureau