Cricket

ଟିକେଟ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ

ହାଇଦ୍ରାବାଦ-: ଆଇପିଏଲ ସମୟରେ ଟିକେଟ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ । ସଂଘ ଭିତରେ ଆଇପିଏଲ ଟିକେଟ ଦୁର୍ନୀତି ହୋଇଥିବାବେଳେ ଏଥିରେ ଜଗନଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ତେଲଙ୍ଗାନା ଭିଜିଲାନ୍ସ କମିସନ ଦ୍ଵାରା ଏ ନେଇ ଏକ ରିପୋର୍ଟ ଦାଖଲ ହେବା ପରେ ଅପରାଧ ଅନୁସନ୍ଧାନ ବିଭାଗ(ସିଆଇଡି) ପକ୍ଷରୁ ଜଗନଙ୍କୁ ଗିରଫ କରାଯାଇଛି ।

ତେଲେଙ୍ଗାନା ପୋଲିସ ରାଓଙ୍କ ସମେତ ଅନ୍ୟ ୪ ସିନିୟର ଅଧିକାରୀଙ୍କୁ ମଧ୍ୟ ଗିରଫ କରିଛି । ସେମାନେ ହେଲେ କୋଷାଧ୍ୟକ୍ଷ ସି.ଶ୍ରୀନିବାସ ରାଓ, ସିଇଓ ସୁନୀଲ କାନ୍ତେ ଓ ସେକ୍ରେଟାରୀ ରାଜେନ୍ଦ୍ର ଯାଦବଙ୍କ ପତ୍ନୀ ଜି.କବିତା । ସନରାଇଜର୍ସ ହାଇଦ୍ରାବାଦକୁ ଟିକେଟ ଦେବା ପାଇଁ ବ୍ଲାକମେଲ କରିବା ଅଭିଯୋଗ ହୋଇଛି । ବିସିସିଆଇ ନିୟମ ଅନୁସାରେ ୧୦ ପ୍ରତିଶତ ପାସ ପ୍ରଦାନ କରାଯାଇ ପାରିବ । ମାତ୍ର ସେମାନେ ଆବଶ୍ୟକତାଠାରୁ ଅଧିକ ପାସ ଦାବୀ କରିଥିଲେ । ତେଲେଙ୍ଗାନା କ୍ରିକେଟ ଆସୋସିଏଶନ ସେକ୍ରେଟାରୀ ଧର୍ମଗୁରବ ରେଡ୍ଡୀ ଏଚସିଏ ଉପରେ ଅନେକଗୁଡିଏ ଅଭିଯୋଗ କରିଥିଲେ ।

Related posts

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭ

ଆଇସିସି ଅଣ୍ଡର -୧୯ ବିଶ୍ୱକପର ସୂଚୀ ଘୋଷଣା; ଜାଣନ୍ତୁ ଟିମ୍ ଇଣ୍ଡିଆର ମ୍ୟାଚ୍ କେବେ କେବେ ହେବ?

Odisha Sports Bureau

ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ଦିନିଆ ମ୍ୟାଚ୍‌ରେ ଭାରତ ଏ’ ଦଳର ନେତୃତ୍ୱ ନେବେ

Odisha Sports Bureau