Cricket

ଦିନିକିଆ ବିଶ୍ୱକପ ଲିଷ୍ଟ ଘୋଷଣା କଲା ଆଇସିସି

ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସୂଚୀ ଘୋଷଣା କରିଛି ଆଇସିସି । ମ୍ୟାଚ କେଉଁଠି କହା ସହ କେଉଁ ଦିନ ଖେଳାଯିବ ତାହାର ସଂପୂର୍ଣ୍ଣ ଲିଷ୍ଟ ସାମ୍ନାକୁ ଆସିଛି ।ଅକ୍ଟୋବର ୫ ତାରିଖରୁ ଆଇସିସି ବିଶ୍ବକପ ୨୦୨୩ର ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଅକ୍ଟୋବର ୫ରୁ ଆରମ୍ଭ ହୋଇ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ ।

ବିଶ୍ବକପ ୨୦୨୩ରେ ଟିମ୍ ଇଣ୍ଡିଆର ସୂଚୀ :
୮ ଅକ୍ଟୋବର : ଭାରତ ବନାମ ଅଷ୍ଟ୍ରେଲିଆ(ଚେନ୍ନାଇ)
୧୧ ଅକ୍ଟୋବର : ଭାରତ ବନାମ ଆଫଗାନିସ୍ତାନ ( ଦିଲ୍ଲୀ)
୧୫ ଅକ୍ଟୋବର : ଭାରତ ବନାମ ପାକିସ୍ତାନ (ଅହମଦାବାଦ)
୧୯ ଅକ୍ଟୋବର : ଭାରତ ବନାମ ବାଂଲାଦେଶ ( ପୁନେ)
୨୨ ଅକ୍ଟୋବର : ଭାରତ ବନାମ ନ୍ୟୁଜିଲାଣ୍ଡ ( ଧର୍ମଶାଳା)
୨୯ ଅକ୍ଟୋବର : ଭାରତ ବନାମ ଇଂଲଣ୍ଡ (ଲକ୍ଷ୍ନୌ)
୨ ନଭେମ୍ବର : ଭାରତ ବମାନ କ୍ବାଲିଫାୟର (ମୁମ୍ବାଇ)
୫ ନଭେମ୍ବର : ଭାରତ ବନାମ ଦକ୍ଷିଣ ଆଫ୍ରିକା (କୋଲକତା)
୧୧ ନଭେମ୍ବର : ଭାରତ ବନାମ କ୍ବାଲିଫାୟର ଟିମ୍ (ବେଙ୍ଗାଲୁରୁ)

Related posts

ପୁଣି ଜଣେ ଖେଳାଳୀ ଆହତ

Odisha Sports Bureau

କ୍ରିକେଟରୁ ସନ୍ନ୍ୟାସ ନେଲେ ଟେଲର

Odisha Sports Bureau

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନରେନ୍ଦ୍ର ମୋଦି ଷ୍ଟାଡିୟମ

Odisha Sports Bureau