Cricket

ଆଇସିସି ଜାରି କଲା ଖେଳାଳୀମାନଙ୍କ ମାନ୍ୟତା

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସି ଜାରି କରିଛି ନୁତନ ଟେଷ୍ଟ ମାନ୍ୟତା । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ ପଛରେ ପକାଇ ଦେଇଥିବା ଜଣାଯାଇଛି । ବିରାଟଙ୍କୁ ଅତିକ୍ରମ କରି ରୁଟ ପହଞ୍ଚିଛନ୍ତି ଚତୁର୍ଥ ସ୍ଥାନରେ । ତେବେ ଶୀର୍ଷରେ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ମୋଟ ୯୦୧ ରେଟିଂ ପଏଣ୍ଟରେ ,କନ୍ମ୍ର ସ୍ଥାନ ହାସଲ କରିଛନ୍ତି । ତେବେ ଅଷ୍ଟ୍ରେଲିୟ ଖେଳାଳୀ ଷ୍ଟିଭ ସ୍ମିଥ ୮୯୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ତୃତୀୟରେ ଏହି ଦେଶର ମାର୍ନସ ଲାବୁସେନ ୮୭୮ ରେଟିଂ ପଏଣ୍ଟରେ ଅଛନ୍ତି । ସେହିପରି ଇଂଲଣ୍ଡ ଅଧିନାୟକ ୪୯ ପଏଣ୍ଟ ହାସଲ କରି ଚତୁର୍ଥ ସ୍ତାନକୁ ଉନ୍ନୀତ ହୋଇଛନ୍ତି । ପଞ୍ଚମରେ ଭାରତୀୟ ଅଧିନାୟକ ବିରାଟ କୋହଲୀ, ଷଷ୍ଠରେ ରୋହିତ ଶର୍ମା ଏବଂ ସପ୍ତମରେ ଋଷଭ ପନ୍ତ ରହିଛନ୍ତି । ଏହାପରେ ଡାଭିଡ ୱାର୍ଣ୍ଣର ଏବଂ କ୍ୱିଣ୍ଟନ ଡି କକ୍ ଯଥାକ୍ରମେ ଅଷ୍ଟମ ଏବଂ ନବମ ସ୍ଥାନ ଅକ୍ତିଆର କରିଛନ୍ତି । ତେବେ ଦଶମ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ହେନରି ନିକୋଲାସ ।
ସେହିପରି ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରାହଙ୍କୁ ପ୍ରଥମ ଟେଷ୍ଟ ୯ଗୋଟି ୱିକେଟ ଖୁବ ଫାଇଦା ଦେଇଛି । ଏହି ସ୍ପେଲ ଦ୍ୱାରା ସେ ଆଇସିସି ଟେଷ୍ଟ ମାନ୍ୟତାର ଟପ-୧୦କୁ ଲମ୍ଫ ଦେଇଛନ୍ତି । ୭୬୦ରେଟିଂ ପଏଣ୍ଟ ହାସଳ କରି ନବମ ସ୍ଥାନରେ ପହଞ୍ଚିଛନ୍ତି ବୁମରାହ । ଏହି ଲିଷ୍ଟର ପ୍ରଥମ ସ୍ଥାନରେ ପାଟ କମିନ୍ସ ୯୦୮ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ଏହାପରେ ଭାରତର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ୮୫୬ ରେଟିଂ ପଏଣ୍ଟ ଦ୍ୱାରା ଦ୍ୱିତୀୟ ଏବଂ ଟିମ ସାଉଦି ୮୨୪ ପଏଣ୍ଟ ସହ ତୃତୀୟରେ ରହିଛନ୍ତି । ଜୋସ୍ ହେଜଲେଉଡ ଚତୁର୍ଥରେ, ନିଲ୍ ଓ୍ଵାଗନର ପଞ୍ଚମରେ ଓ କାଗିସୋ ରାବଡା ଷଷ୍ଠରେ ରହିଛନ୍ତି। ଅଷ୍ଟମରେ ଅଛନ୍ତି ଷ୍ଟୁଆର୍ଟ ବ୍ରଡ ଓ ଦଶମରେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ରହିଛନ୍ତି।

Related posts

ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକତା ନାଇଟ୍ ରାଇଡର୍ସ

କାଲିଠାରୁ ଆରମ୍ଭ ହେବ ଅଷ୍ଟ୍ରେଲିଆ-ଭାରତ ଏକଦିବସୀୟ ଶୃଙ୍ଖଳା ମ୍ୟାଚ

Odisha Sports Bureau

IPL 2024 : ଆଜି ହାଇଦ୍ରାବାଦରେ ମୁହାଁମୁହିଁ ହେବେ ସନରାଇଜର୍ସ ଏବଂ ଟାଇଟନ୍ସ

Odisha Sports Bureau