Cricket

ଶୁକ୍ରବାର ୩ଟି ଗେମ୍, ୬ଦଳ ମଧ୍ୟରେ ଳଢେଇ

ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ । ଆଉ ମାତ୍ର ଗୋଟିଏ ସପ୍ତାହ ଅପେକ୍ଷା । ଅକ୍ଟୋବର ୫ ତାରିଖରୁ ଦିନିକିଆ ବିଶ୍ବକପ ଖେଳାଯିବ । ହେଲେ ଏହା ପୂର୍ବରୁ ଶୁକ୍ରବାର ଠାରୁ ଓ୍ବାର୍ଲ୍ଡକପ୍ ଓ୍ବାର୍ମଅପ୍ ମ୍ୟାଚ୍ । ଆଜି ୩ଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ । ଦିନ ୨ଟାରୁ ୬ଟି ଟିମ୍ ମଧ୍ୟରେ ଲଢେଇ ଚାଲିବ । ହାଇଦ୍ରାବାଦରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଖେଳାଯିବ । ସେହିପରି ଦ୍ବିତୀୟ ମ୍ୟାଚ୍ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଗୌହ୍ବାଟୀରେ ଲଢେଇ ହେବ । ଅନ୍ୟପଟେ ତୃତୀୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ଥିରୁଅନନ୍ତପୁରମରେ ଟକ୍କର ହେବ ।

ପାକିସ୍ତାନ ଓ ନ୍ୟୁଜିଲାଣ୍ଡ  ମଧ୍ୟରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍‌ ମୁଖ୍ୟ  ଆକର୍ଷଣ ସାଜିବ । ମାତ୍ର ଏହି ମ୍ୟାଚ୍‌ ଦେଖିବା  ପାଇଁ ଦର୍ଶକଙ୍କୁ ଷ୍ଟାଡିୟମକୁ ଅନୁମତି ମିଳିନାହିଁ ।  ଏହି ମ୍ୟାଚ୍‌ ପାଇଁ ସୁରକ୍ଷା ଯୋଗାଇବାକୁ ସ୍ଥାନୀୟ  ପୋଲିସ ଅସମର୍ଥ ରହିବାରୁ ବିନା ଦର୍ଶକରେ  ମ୍ୟାଚ୍‌ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଚଳିକ ଥର ବିଶ୍ବକମ୍ପ ଆୟୋଜକ ଦେଶ ଭାରତ ହୋଇଛି । ତେଣୁ ଏବେଠୁ ଦେଶରେ କ୍ରିକେଟ୍ ଫିଭର ଆରମ୍ଭ ହୋଇଗଲାଣି । ଆଗାମୀ  ୫୦ ଦିନ ପର୍ଯ୍ୟନ୍ତ ଭାରତରେ କ୍ରିକେଟ୍‌ ପର୍ବ ଜାରି ରହିବ । ମ୍ୟାଚ ଦେଖିବାକୁ ଉତ୍ସାହିତ ଅଛନ୍ତି କ୍ରିକେଟ୍ । ଅନ୍ୟପଟେ ୧୦ଟି  ଯାକ ଦେଶ ଚୂଡ଼ାନ୍ତ ଦଳ  ଘୋଷଣା କରିସାରିଛନ୍ତି ।  ଆୟୋଜକ ଭାରତ  ବ୍ୟତୀତ ବାକି ୯ଟି ଯାକ  ଦଳ ଭାରତରେ ପହଞ୍ଚି ସାରିଲେଣି। ଗୁରୁବାର ଡିଫେଣ୍ଡିଂ ବିଶ୍ୱ ଚାମ୍ପିଅନ ଇଂଲଣ୍ଡ  ଓ ରନର୍ସ ଅପ୍‌ ନ୍ୟୁଜିଲାଣ୍ଡ ଭାରତରେ ପହଞ୍ଚିଛନ୍ତି ।

 

Related posts

ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା

Odisha Sports Bureau

୧୫ ମହଲା ବାଲକୋନୀରୁ ଚହଲଙ୍କୁ ଝୁଲାଇଥିବା କ୍ରିକେଟରଙ୍କ ପାଇଁ ‘ଲାଇଫ ଟାଇମ ବ୍ୟାନ’ ଦାବି କଲେ ରବି ଶାସ୍ତ୍ରୀ

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨: ଭାରତୀୟ ଟିମ୍‌ ସଂଗ୍ରହ କରିଛି ୨୭୭ ରନ୍‌

Odisha Sports Bureau

Leave a Comment