Cricket

୨୦୨୧-୨୨ରେ ବିସିସିଆଇ ଦେଇଛି ୧୧୫୯ କୋଟିର ଟ୍ୟାକ୍ସ

ନୂଆଦିଲ୍ଲୀ: ବିସିସିଆଇ ଦୁନିଆର ସବୁଠୁ ଧନୀ କ୍ରିକେଟ ବୋର୍ଡ ଏଥିରେ କାହାରି ସନ୍ଦେହ ନାହିଁ । ଅ।ଇସିସିର ବାର୍ଷିକ ରାଜସ୍ୱରେ ସବୁଠୁ ବଡ଼ ଯୋଗଦାନ ବିସିସିଅ।ଇ କରିଥାଏ ଚଳିତ ବର୍ଷର ଘୋଷଣା ଅନୁସାରେ, ବିସିସିଅ।ଇ ୨୦୨୪- ୨୭ ମଧ୍ୟରେ ବାର୍ଷିକ ୨୩୦ ମିଲିୟନ ଆମେରିକୀୟ ଡଲାରର ବଡ଼ ଅ।ୟ କରିବାକୁ ଯାଉଛି । ବଡ଼ ଅ।ୟ କାରଣରୁ ଭାରତୀୟ ବୋର୍ଡକୁ ଟିକସ ରୂପେ ସରକାରଙ୍କୁ ଅଧିକ ଟଙ୍କା ଦେବାକୁ ପଡୁଛି ।

ଉଲ୍ଲେଖଯୋଗ୍ୟ ଯେ ବିସିସିଆଇ ଆର୍ଥିକ ବର୍ଷ ୨୦୨୧- ୨୨ରେ ୧,୧୫୯ କୋଟି ଟଙ୍କା ସରକାରଙ୍କୁ ଟିକସ ରୂପେ ପୈଠ କରିଛି । ଏହି ରାଶି ପୂର୍ବ ବର୍ଷ ଦାଖଲ କରାଯାଇଥିବା ଟିସକଠାରୁ ପ୍ରାୟ ୩୭ ପ୍ରତିଶତ ଅଧିକ । ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଗତ ପାଞ୍ଚ ବର୍ଷରେ ଦାଖଲ କରାଯାଇଥିବା ରିଟର୍ଣ୍ଣ ଅ।ଧାରରେ ବିସିସିଆଇର ଆୟକର ଦାଖଲ ଏବଂ ଏହାର ଅ।ୟ ଏବଂ ବ୍ୟୟର ବିସ୍ତୃତ ବିବରଣୀ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଅ।ଇସିସି ରାଜସ୍ ପୁଲରୁ ହେଉଥିବା ଆୟ ବିସିସିଅ।ଇ ପାଇଁ ଅ।ୟର ଏକ ଛୋଟିଆ ଉତ୍ସ ଅଟେ । ବିସିସିଅ।ଇ ଅ।ଇପିଏଲ ଅ।ୟୋଜନ କରି ବଡ ପରିମାଣର ଆୟ କରୁଛି । ବଡ଼ ବଡ଼ ଖେଳାଳିଙ୍କ ଭାଗିଦାରୀ ଏବଂ ଅ।ୟୋଜନ ଉଭୟ ମାମଲାରେ ଆଇପିଏଲ ଦୁନିଅ।ର ସବୁଠୁ ବଡ଼ ଅ।କର୍ଷଣୀୟ ଲିଗ୍ ଅଟେ । ସୂଚନା ଅନୁସାରେ ଅ ।ର୍ଥିକ ବର୍ଷ ୨୦୨୦- ୨୧ରେ ବିସିସିଅ।ଇ ୮୪୪.୯୨ କୋଟି ଟଙ୍କାର ଟିକସ ଭରିଥିଲା । ୨୦୧୯-୨୦ରେ ଏହି ରାଶି ୮୮୨.୨୯ କୋଟି ଟଙ୍କା ରହିଥିଲା । ଏହାଛଡ଼ା ଆର୍ଥିକ ବର୍ଷ ୨୦୧୯ରେ ବୋର୍ଡ ଅ।ୟକର ବାବଦକୁ ୮୧୫.୦୮ କୋଟି ଟଙ୍କା ଦାଖଲ କରିଥିଲା । ୨୦୧୭-୧୮ରେ ମୋଟ ୫୯୬.୬୩ କୋଟି ଟଙ୍କା ରହିଥିଲା । ଅନ୍ୟପଟେ ଆର୍ଥିକ ବର୍ଷ ୨୦୨୧-୨୨ରେ ବିସିସିଅ।ଇ ୭,୬୦୬ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି । ଏହି ଅବଧିରେ ସଂସ୍ଥାର ମୋଟ ଖର୍ଚ୍ଚ ୩,୦୬୪ କୋଟି ଟଙ୍କା ରହିଥିଲା ବର୍ଷ ୨୦୨୦-୨୧ରେ ବିସିସିଅ ।ଇର ଅ।ୟ ୪,୭୩୫ କୋଟି ଟଙ୍କା ରହିଥିବା ବେଳେ ୩,୦୮୦ ଟଙ୍କା ଖର୍ଚ୍ଚ କରିଥିଲା ।

Related posts

ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ 19ବର୍ଷରୁ କମ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା

Odisha Sports Bureau

ପ୍ରଥମ ଇଂନିସାର ୧୫୦ ରନରେ ଅଲଆଉଟ ହେଲା  ଭାରତୀୟ ଦଳ

Odisha Sports Bureau

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨: ଭାରତୀୟ ଟିମ୍‌ ସଂଗ୍ରହ କରିଛି ୨୭୭ ରନ୍‌

Odisha Sports Bureau