Hockey

ଜାପାନକୁ ୫-୧ ଗୋଲ୍ରେ ମାତ୍ ଦେଇଛି ଭାରତ

ନୂଆଦିଲ୍ଲୀସୁଖଜିତ ସିଂଙ୍କ ଦମଦାର ଦୁଇଟି ଗୋଲ୍ ବଳରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଜାପାନକୁ ଗୋଲ୍ରେ ମାତ୍ ଦେଇଛି। ଭାରତ ପକ୍ଷରୁ ସୁଖଜିତ(୨ୟ ମିନିଟ ୬୦ତମ ମିନିଟ୍), ଅଭିଷେକ(୩ୟ ମିନିଟ୍), ସଞ୍ଜୟ(୧୭ତମ ମିନିଟ୍) ଉତ୍ତମ ସିଂ(୫୪ତମ ମିନିଟ୍)ରେ ଗୋଲ୍ ଦେଇ ଭାରତକୁ ଏକତରଫା ବିଜୟ ଦେଇଛନ୍ତି। ଜାପାନ ପକ୍ଷରୁ ମାତ୍ସୁସୋତୋ କାଜୁମାସା(୪୧ ତମ ମିନିଟ୍) ଏକ ମାତ୍ର ଗୋଲ୍ ଦେବାରେ ସଫଳ ହୋଇଥିଲେ। ଚାରି ଥରର ଚାମ୍ପିଅନ ଭାରତ ପ୍ରଥମ ମ୍ୟାଚ୍ରେ ଚୀନକୁ ୦ରେ ହରାଇଥିଲା। ହରମନପ୍ରୀତ ସିଂହଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ମଙ୍ଗଳବାର ବିଶ୍ରାମ ପରେ ବୁଧବାର ଗତ ସଂସ୍କରଣର ଉପ ବିଜେତା ମାଲେସିଆକୁ ଭେଟିବ।

ଭାରତ ମ୍ୟାଚ୍ ଦ୍ଵିତୀୟ ମିନିଟ୍ରେ ସୁଖଜିତଙ୍କ ଦମଦାର ଫିଲ୍ଡ ଗୋଲ୍ ବଳରେ ଅଗ୍ରଣୀ ହାସଲ କରିଥିଲା। ପୁଣି ଅଭିଷେକଙ୍କ ଚମତ୍କାର ଗୋଲ୍ ବଳରେ ଭାରତ ୦ରେ ଆଗୁଆ ରହିଥିଲା। ଦ୍ଵିତୀୟ କ୍ଵାର୍ଟରରେ ବି ଭାରତର ଆକ୍ରମଣ ଜାରି ରହିଥିଲା ଏବଂ ୧୭ତମ ମିନିଟ୍ରେ ସଞ୍ଜୟ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ବଦଳାଇ ଦେଇଥିଲେ। ଖେଳର ହାପ୍ ଟାଇମ୍ ସୁଦ୍ଧା ଭାରତ ୦ରେ ଅଗ୍ରଣୀ ହାସଲ କରି ସୁବିଧାଜନକ ସ୍ଥିତିରେ ରହିଥିଲା। ଜାପାନ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ରହିଥିଲା।

Related posts

ଏସିଆ କପ୍‌ ପାଇଁ ଭାରତୀୟ ହକି ଦଳରେ ୪ ଓଡ଼ିଆ ସାମିଲ

ମହିଳା ହକୀ ଟିମର ବିଜୟ ସହିତ ଆରମ୍ଭ ନ୍ୟୁଜଲ୍ୟାଣ୍ଡ୍ ଟୁର

Odisha Sports Bureau

ହକି ଇଣ୍ଡିଆ ଲିଗ୍ରେ ଓଡ଼ିଶାର ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଦ୍ବିତୀୟ ବିଜୟ

Odisha Sports Bureau