ଇନ୍ଦୋର: କାଲି ଚମକି ଥିଲେ ଭାରତୀୟ ବୋଲର, କିନ୍ତୁ ଭାରତୀୟ ବୋଲରଙ୍କୁ ଫିକା କରିଦେଲେ ଏକାକୀ କଂଗାରୁ ବୋଲର ଲାୟନ । ଏକା ୮ଟି ୱିକେଟ ନେଇ ଭାରତୀୟ ବ୍ୟାଟିଂ ଅର୍ଡରକୁ ଧୂଳିସାତ କରିବା ପରେ ନିଜ ଦଳ ପାଇଁ ସହଜ ଟାର୍ଗେଟ ସୀମିତ ରଖିବାରେ ସଫଳ ହୋଇଥିଲେ ଲାୟନ । ଯାହାର ପରିଣାମ ଆଜି ଭାରତ ଇନ୍ଦୋରରେ ଚାଲିଥିବା ତୃତୀୟ ଟେଷ୍ଟ ଅଷ୍ଟ୍ରେଲିଆ ଠାରୁ ୯ ୱିକେଟରେ ହାରି ଯାଇଛି । ଆଜି ମଉଳି ଯାଇଛି ଭାରତ, ଲଜ୍ଜା ଜନକ ପରାଜୟ ବରଣ କରିବା ସହ ୪ ଟିକିଆ ଟେଷ୍ଟ ସିରିଜରେ ୨-୧ରେ ସ୍ଥିତିିରେ ଅଛି ଟିମ୍ ଇଣ୍ଡିଆ । ଯଦିଓ ଭାରତ ସିରିଜରେ ଆଗୁଆ ଅଛ. କିନ୍ତୁ ଶେଷ ଟେଷ୍ଟ ଯଦି କଂଗାରୁ ଟିମ୍ ଜିତି ଯାଏ ତାହେଲେ ସ୍ଥିତି ବରାବର ହୋଇ ସିରିଜ୍ ଡ୍ର ହୋଇଯିବ । ତୃତୀୟ ଟେଷ୍ଟରେ ଭାରତୀୟ ବ୍ୟାଟର ମାନେ ସଂପୂର୍ଣ ଫେଲ୍ ମାରିଥିଲେ । ଉଭୟ ଇନିଂସରେ କୌଣସି ବ୍ୟାଟର ଉତ୍ସାହ ଜନକ ସ୍କୋର କରି ପାରି ନ ଥିଲେ । କେବଳ ଚେତେଶ୍ୱର ପୂଜାରା ଦ୍ୱିତୀୟ ଇନିଂସରେ ୫୯ ସ୍କୋର କରିବାକୁ ସକ୍ଷମ ହୋଇଥିଲେ । ଏଥି ପାଇଁ ସେ ୧୪୨ଟି ବଲ୍ ସାମ୍ନା କରିଥିଲେ । କ୍ୟାପଟେନ ରୋହିତ, କିଙ୍ଗ କୋହଲି ବି ଫିକା ପଡି ଯାଇଥିଲେ, କେବଳ ଟେଲ ଏଣ୍ଡର ବ୍ୟାଟର କିଛିଟା ସ୍କୋର କରି ଭାରତକୁ ବଂଚାଇ ଦେଇଥିଲେ ।
ସେପଟେ ପୁରା ମ୍ୟାଚରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଥିଲା । ସେ ଭାରତୀୟ ହୁଅନ୍ତୁ କି ଅଷ୍ଟ୍ରେଲିଆ, ସବୁ ବୋଲର ଖୁ୍ବ ଚମକ୍ରାର ବୋଲିଂ କରିଥିଲେ । ବିଶେଶ କରି ପେସରଙ୍କ ଅପେକ୍ଷା ସ୍ପିନରଙ୍କ କମାଲ ଅଧିକ ଥିଲା । ପ୍ରଥମ ଇନିସରେ କଂଗାରୁ ଟିମର ମାଥ୍ୟୁ କୁହେନମ୍ୟାନ୍ ୫ଟି ଓ ନାଥନ୍ ଲାୟନ ୩ଟି ୱିକେଟ୍ ହାସଲ କରିଥିଲେ , ଏହା ପରେ ଭାରତୀୟ ବୋଲର ରବୀନ୍ଦ୍ର ଜାଡେଜା ୪ଟି ଓ ରବି ଚନ୍ଦ୍ରନ ଅଶ୍ୱିନ ଓ ଉମେଶ ଯାଦବ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଏହା ପରେ ଦ୍ୱିତୀୟ ଇନିସଂରେ ନାଥନ ଲାୟନ ଏକାକୀ ୮ଟି ୱିକେଟ ନେବାରେ ସଫଳ ହୋଇଥିଲେ । ଆଉ ଭାରତର ଅଶ୍ୱୀନ ମାତ୍ର ଗୋଟିଏ ୱିକେଟ ନେଇଥିଲା । ବ୍ୟାଟିଂ ଅର୍ଡର ଦେଖିଲେ ଉଭୟ ଇନିସଂରେ ଭାରତର ରୋହିତ ଶର୍ମା ୧୨ ରନ, ବିରାଟ କୋହଲି ୩୫, ଚେତେଶ୍ୱର ପୁଜାରା ୫୯, ଶ୍ରେୟସ ଆୟର ୨୬, ଶୁଭମନ ଗିଲ୍ ୨୧, ଶ୍ରୀକାର ଭାରତ ୧୭, ଉମେଶ ଯାଦବ ୧୭, ରବି ଚନ୍ଦ୍ରନ ଅଶ୍ୱୀନ ୧୬ ଓ ଅକ୍ସର ପଟେଲ ୧୫ ରନ୍ କରିବାକୁ ସକ୍ଷମ ହୋଇଥିଲେ । ହେଲେ ଅଷ୍ଟ୍ରେଲିଆର ଉସମାନ ଖ୍ୱାଜା ୬୦, ଟ୍ରାଉସହୁଡ ୪୯, ମାର୍ନସ ୫୯, ଷ୍ଟିଭେନ୍ ସ୍ମିଥ୍ ୨୬ ରନ କରିଥିଲେ ।