Cricket

ଜାପାନକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ

ବିହାର:- ହକି ଏସିଆ କପ୍ ୨୦୨୫ର ପୁଲ୍‌ ଏ ଗ୍ରୁପର ରୋମାଞ୍ଚକର ମୁକାବିଲାରେ ମଜବୁତ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ବିହାର ସ୍ପୋର୍ଟ୍ସ୍ ୟୁନିଭର୍ସିଟି ହକି ଷ୍ଟାଡିୟମରେ ରବିବାର ସନ୍ଧ୍ୟା ୩ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଅଧିନାୟକ ହରମନପ୍ରୀତ ସିଂହ ପୁଣିଥର ଚମକିଥିଲେ। ତାଙ୍କର ୨ ଗୋଲ ଭାରତକୁ ବିଜୟୀ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି। ହରମନପ୍ରୀତ ମ୍ୟାଚର ୫ ଏବଂ ୪୬ ମିନିଟରେ ଗୋଲ ସ୍କୋର କରିଥିଲେ ଓ ମନଦୀପ ସିଂ ୪ ମିନିଟରେ ଭାରତ ପାଇଁ ପ୍ରଥମ ଗୋଲ୍ କରିଥିଲେ।

Mandeep Singh celebrates goal

ଭାରତୀୟ ଦଳ ଆରମ୍ଭରୁ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ପ୍ରଥମ କ୍ଵାର୍ଟରରେ ଭାରତ ଦୁଇଟି ଗୋଲ୍ ଦେଇଥିଲା। କ୍ଵାର୍ଟରର ଚତୁର୍ଥ ମିନିଟ୍‌ରେ ମନଦୀପ ସିଂ ଦମଦାର ଫିଲ୍ଡ ଗୋଲ୍ ଦେଇଥିଲେ। ପୁଣି ଗୋଟିଏ ମିନିଟ୍ ପରେ ଅଧିନାୟକ ହରମନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରୁ ଗୋଲ୍ ଦେଇ ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଦ୍ଵିତୀୟ କ୍ଵାର୍ଟରରେ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହି କ୍ଵାର୍ଟରରେ ଦୁଇ ଦଳ ପକ୍ଷରୁ କୌଣସି ଗୋଲ୍ ହୋଇ ନ ଥିଲା। ଅନେକ ସୁଯୋଗ ମିଳିଥିଲେ ହେଁ ଦୁଇ ଦଳର ଖେଳାଳି ଗୋଲ୍‌ କରିବାରେ ବିଫଳ ହୋଇଥିଲେ। ହାପ୍ ଟାଇମ୍ ପର୍ଯ୍ୟନ୍ତ ଭାରତ ୨-୦ରେ ଅଗ୍ରଣୀ ରହିଥିଲା। ତୃତୀୟ କ୍ଵାର୍ଟରରେ ଜାପାନ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଏହାର ଫାଇଦା ଦଳକୁ ବି ମିଳିଥିଲା। ତୃତୀୟ କ୍ଵାର୍ଟରର ଅଷ୍ଟମ ମିନିଟ୍‌ରେ କଓ୍ଵାବେ କୋସେଇ ଜାପାନ ପାଇଁ ଗୋଲ୍ ଦେଇ ଦଳକୁ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ତୃତୀୟ କ୍ଵାର୍ଟର ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା। ପୁଣି ଚତୁର୍ଥ କ୍ଵାର୍ଟରର ଆରମ୍ଭରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଅଧିନାୟକ ହରମନପ୍ରୀତ ସିଂ ଏହାର ଫାଇଦା ଉଠାଇ ଗୋଲ୍ ଦେଇଥିଲେ ଏବଂ ଭାରତ ୩-୧ରେ ଅଗ୍ରଣୀ ହାସଲ କରିଥିଲା।

Related posts

ଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟା

Odisha Sports Bureau

ଆଇପିଏଲ ପୂର୍ବରୁ କୋହଲୀଙ୍କୁ ଗିଫ୍ଟ

Odisha Sports Bureau

ରିଭ୍ୟୁ ସିଷ୍ଟମର କମାଲ,ଧୋନିଙ୍କ ପାଇଁ ନିଷ୍ପତି ବଦଳିଲେ ଅମ୍ପାୟାର

Odisha Sports Bureau