Cricket

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚର ବଦଳିଲା ସମୟ

ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ ଭାରତ ହାରିଥିବା ବେଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ କେପଟାଉନରେ ଖେଳାଯାଉଛି । କେପଟାଉନର ନ୍ୟୁଲ୍ୟାଣ୍ଡସ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଜାନୁଆରୀ ୩ ତାରିଖରୁ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟାନୁସାରେ ୨ଟାରେ ଆରମ୍ଭ ହେବ । ବୁଧବାରରୁ ଭାରତ- ଦକ୍ଷିଣ ଆଫ୍ରିକା କେପଟାଉନରେ ଖେଳାଯିବ । ମ୍ୟାଚ ଭାରତୀୟ ସମୟାନୁସାରେ ୧୦.୩୦ ନୁହେ ୨.୦୦ରୁ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ମ୍ୟାଚ ଲାଇଭ ଟେଲିକାଷ୍ଟ ସ୍ପୋଟର୍ସ ନେଟୱାର୍କରେ ହେବ । ଲାଇଭ ଷ୍ଟ୍ରିମିଂ ଡିଜନୀ + ହଟଷ୍ଟାରରେ ହେବ । କେପଟାଉନର ନ୍ୟୁଲ୍ୟାଣ୍ଡସ ମଇଦାନରେ ଟିମର ରେକର୍ଡ ଖରାପ ରହିଥିବା ବେଳେ ୧୯୯୩ ରୁ ଏପର୍ଯ୍ୟନ୍ତ ଭାରତ କେପଟାଉନରେ କୌଣସି ଟେଷ୍ଟ ସିରିଜ ଜିତିନାହିଁ । ଏପର୍ଯ୍ୟନ୍ତ ଏହି ମଇଦାନରେ ୬ଟଇ ଟେଷ୍ଟ ମ୍ୟାଚ ଖେଳିଛି । ଏଥିରୁ ୪ଟି ମ୍ୟାଚ ହାରିଥିବା ବେଳେ ୨ଟଇ ମ୍ୟାଚ ଡ୍ର ରହିଛି ।
ତେବେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ରୋହିତ ଷର୍ମା, ଶୁଭମନ ଗୀଲ, ଯଶସ୍ୱୀ ଜୟସୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ଅଭିମନ୍ୟୁ ଇଶ୍ୱରନ, ରବିଚନ୍ଦ୍ରନ ଅଶ୍ୱିନ୍ଦ୍ର ଜାଡେଜା, କେ ଏଲ ରାହୁଲ, କେଏସ ଭାରତ , ଶାର୍ଦ୍ଦୁଳ ଠାକୁର , ସମମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମରା , ପ୍ରସିଦ୍ଧ କ୍ରିଷ୍ଣା ଏବଂ ଅବେଶ ଖାନ ।

Related posts

ଅକ୍ଟୋବର ୧୫ରେ ହୋଇପାରେ ଭାରତ-ପାକ ବିଶ୍ୱକପ ମ୍ୟାଚ

‘ଦ ହଣ୍ଡ୍ରେଡ୍‌’ : ଆକୃଷ୍ଟ କରିପାରିଲେନି ଗେଲ ଓ ମାଲିଙ୍ଗା

Odisha Sports Bureau

ଇଣ୍ଡିଆ ହାତରେ ଏସିଆ କପ

Odisha Sports Bureau