Hockey

ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: ବୁଧବାର ଏସିଆ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଗ୍ରହଣ କରିବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ରାତି ପ୍ରାୟ ସାଢେ ୮ଟା ବେଳେ ଏହି ମ୍ୟାଚ୍ ଖେଳାଯିବ। ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହକି ପ୍ରତିଦ୍ୱନ୍ଦ୍ୱିତା କ୍ରିକେଟ୍ ଭଳି ପୁରୁଣା। ୧୯୫୬ ଅଲିମ୍ପିକ୍ସରେ ଦୁଇ ଦଳ ପ୍ରଥମେ ପରସ୍ପରକୁ ଭେଟିଥିଲେ। ଏଥିରେ ଭାରତ ୧-୦ରେ ଜିତିଥିଲା। ଶେଷ ଥର ପାଇଁ ଦୁଇ ଦଳ ଭେଟି ମ୍ୟାଚ୍ ୧-୧ ଗୋଲରେ ଶେଷ ହୋଇଥିଲା।

ମ୍ୟାଚର ମୁଖ୍ୟ କୋଚ କ୍ରେଗ ଫୁଲଟନ କହିଛନ୍ତି କି ସେ ଓ ତାଙ୍କ ଟିମ ସେମିଫାଇନାଲରେ ସ୍ଥାନ ପକ୍କା କରିବା ପରେ ପାକିସ୍ତାନ ସହିତ ଲଢିବାକୁ ପୂରା ପ୍ରସ୍ତୁତ ରହିଛନ୍ତି। ଏହାପୂର୍ବରୁ ସୋମବାର ଦିନ ପାକିସ୍ତାନ ଚାଇନାକୁ ୨-୧ରେ ପରାସ୍ତ କରିବା ପରେ ମୁଖ୍ୟ ପ୍ରଶିକ୍ଷକ ମହମ୍ମଦ ସାକଲେନ ଚେତାବନୀ ଦେଇଛନ୍ତି ଯେ ସେ ଭାରତର ଦୁର୍ବଳତା ବିଷୟରେ ଜାଣିଛନ୍ତି।

ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିସାରିଛି। ଏଥି ସହିତ ପାକିସ୍ତାନ ମାଲେସିଆ ବିପକ୍ଷ ପ୍ରଥମ ମ୍ୟାଚକୁ ୩-୧ ଗୋଲରେ ହରାଇଥିଲା। ପାକିସ୍ତାନର ପ୍ରଥମ ବିଜୟ ଚୀନ୍ ବିପକ୍ଷରେ ଆସିଥିଲା। ଦଳ ଚାଇନାକୁ ୨-୧ରେ ପରାସ୍ତ କରିଛି। ଯଦି ଜାପାନ ଦିନ ପୂର୍ବରୁ ଚାଇନାକୁ ପରାସ୍ତ କରେ ତେବେ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ପାକିସ୍ତାନକୁ ଭାରତ ବିପକ୍ଷରେ ବିଜୟ କିମ୍ବା ଡ୍ର ଦରକାର ହେବ।

ଚେନ୍ନାଇର ମେୟର ରାଧାକୃଷ୍ଣନ ହକି ଷ୍ଟାଡ଼ିୟମରେ ଭାରତ ଓ ପାକିସ୍ତାନ ଖେଳାଯିବ। ଏହି ମ୍ୟାଚ ଷ୍ଟାର ସ୍ପୋର୍ଟସ ନେଟଓ୍ୱାର୍କରେ ସିଧା ପ୍ରସାରଣ କରାଯିବ। ଇଣ୍ଡିଆ ବନାମ ପାକିସ୍ତାନ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୩ ମ୍ୟାଚ୍ ଫାନକୋଡ୍ ମୋବାଇଲ୍ ଆପ୍ ରେ ସିଧା ପ୍ରସାରଣ ହେବ।

Related posts

ପୁଣି କଳିଙ୍ଗ ଷ୍ଟାଡ଼ିୟମରେ ଆଉ ଏକ ଅନ୍ତଜାର୍ତୀୟ ଟୁର୍ଣ୍ଣାମେଣ୍ଟ

Odisha Sports Bureau

ଅଲମ୍ପିକ ଟେଷ୍ଟ ଇଭେଣ୍ଟ : ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତୀୟ ମହିଳା ହକି ଟିମ

Odisha Sports Bureau

ଜାପାନକୁ ୫-୧ ଗୋଲ୍ରେ ମାତ୍ ଦେଇଛି ଭାରତ

Odisha Sports Bureau