Cricket

ଆଜିଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ

ନୂଆଦିଲ୍ଲୀ: ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ ଆରମ୍ଭ ହେବ । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଆଜି ପ୍ରଥମ ମ୍ୟାଚ୍ । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ ଏହି ମ୍ୟାଚ । ଏଥର ଦର୍ଶକଙ୍କ ଉପସ୍ଥିତିରେ ତଥା ୭୫ ପ୍ରତିଶତ ଦର୍ଶକରେ ଖେଳ ହେବ ବୋଲି ପଶ୍ଚିମବଙ୍ଗ କ୍ରିକେଟ୍ ସଂଘ ଅନୁମତି ଦେଇଛି । ଦିନିକିଆ ସିରିଜକୁ କ୍ଲିନ୍ ସୁଇପ ପରେ ଏବେ ପ୍ରଥମରୁ ମ୍ୟାଚ୍ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମ୍ୟାଚ ଖେଳିବ ଇଣ୍ଡିଆ । ତେବେ ଉପ ଅଧିନାୟକ କେଏଲ ରାହୁଲ ଏବଂ ବାମହାତୀ ଅଫ ସ୍ପିନର ଅକ୍ଷର ପଟେଲ୍ ସିରିଜରୁ ବାଦ୍ ପଡିଛନ୍ତି । ରାହୁଲଙ୍କ ସ୍ଥାନରେ ଋତୁରାଜ ଗାଏକଓ୍ଵାଡ ଏବଂ ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ଦଳରେ ସାମିଲ କରାଯାଇଛି ।

Related posts

ଭି.ଭେଙ୍କଟରାମଙ୍କୁ ଓଡ଼ିଶା କ୍ରିକେଟର ବୈଷୟିକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି

Odisha Sports Bureau

ରୋହିତ ଶର୍ମାଙ୍କୁ କିଣିବାକୁ ଚାହୁଁଛି ପଞ୍ଜାବ କିଙ୍ଗସ!

Odisha Sports Bureau

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦

Odisha Sports Bureau