Cricket

ଦିିନିକିଆ ସିରିଜରେ ମୁହାଁ ମୁହିଁ ହେବେ ଭାରତ – ୱେଷ୍ଟଇଣ୍ଡିଜ

ମୁମ୍ବାଇ: ସରିଛି ଟେଷ୍ଟ ସିରିଜ । ଏବେ ଆରମ୍ଭ ହେବ ଦିନିକିଆ ସିରିଜ । ଆଜି ସଂନ୍ଧ୍ୟା ୭ଟାରେ ମୁହାଁ ମୁହିଁ ହେବେ ଭାରତ- ୱେଷ୍ଟଇଣ୍ଡିଜ୍ । ୱେଷ୍ଟଇଣ୍ଡିଜର ବାରବୋଡୋସରେ ଖେଳାଯିବ ପ୍ରଥମ ମୁକାବିଲା । ଏହି ସିରିଜ ଆରମ୍ଭ ହେବା ସହ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ତେବେ ଚଳିତ ବର୍ଷର ଭାରତରେ ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଖେଳାଯିବ । ବିସିସିଆଇ ଏବଂ ଆଇସିସି ପକ୍ଷରୁ ଖେଳସୂଚୀ ଘୋଷଣା କରାଯାଇଛି । ଅକ୍ଟୋବର ୫ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଖେଳାଯିବାକୁ ଥିବା ବେଳେ ଅକ୍ଟେବର ୮ରେ ଭାରତୀୟ ଟିମ ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । କିଛି ଦିନ ତରେ ଭାରତ ୱେଷ୍ଟଇଣ୍ଡିଜକୁ ୧-୦ରେ ଟେଷ୍ଟ ସିରିଜରେ ପରାସ୍ତ କରିଛି । ଦୁଇ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ କବଜା କରିଛି ଟିମ ଇଣ୍ଡିଆ । ତେବେ ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ ୧୨ଟି ଦିନିକିଆ ମ୍ୟାଚ ଖେଳିବ । ଏଥିରୁ ୬ଟି ମ୍ୟାଚ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ବୋଲି କୁହାଯାଉଛି । ଏହାବାଦ ଏସିଆ କପରେ ୬ଟି ମ୍ୟାଚ ବି ଖେଳିବ ଭାରତ ତେଣୁ ଖେଳାଯିବାକୁ ଥିବା ଏହି ୧୨ଟି ମ୍ୟାଚ ଜିତି ବିଶ୍ୱକପ ପ୍ରସ୍ତୁତିକୁ ଜୋରଦାର କରିବାକୁ ଯୋଜନା କରିଛି ଟିମ ଇଣ୍ଡିଆ ।

Related posts

ଟେଷ୍ଟ ସିରିଜ ପାଇଁ ସନ୍ଧ୍ୟା ସାଢେ ୭ରେ ଆରମ୍ଭ ହେବ ମ୍ୟାଚ

ସେମିଫାଇନାଲ ଜିତି ଏସିଆ କପ ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା କ୍ରିକେଟ ଦଳ

ଟିମ ଇଣ୍ଡିଆକୁ ସପୋର୍ଟ କରିବାକୁ ମଇଦାନରେ ପହଞ୍ଚିଲେ ସାରା ତେନ୍ଦୁଲକର Sara is looking for Schumann playing

Odisha Sports Bureau