Cricket

ଏସିଆ କପ ସୁପର -୪ ଶେଷ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତ

ଆଜି ଭାରତ – ବାଂଲାଦେଶ ମୁହାଁମୁହିଁ । ଚଳିତ ଏସିଆ କପ ସୁପର -୪ ପର୍ଯ୍ୟାୟର ଶେଷ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତ । ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ଭାରତ ଫାଇନାଲରୁ ବାଦ ପଡିଥିବା ବାଂଲାଦେଶ ମଧ୍ୟରେ ହେବ ମୁକାବିଲା । ତେବେ ଭାରତ ପ୍ରଥମ ୨ଟି ସୁପର -୪ ମ୍ୟାଚ ଜିତିଥିବା ବେଳେ ୨ଟି ଯାକ ମ୍ୟାଚରେ ପରାସ୍ତ ହୋଇଛି ବାଂଲାଦେଶ ।
ଗତ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରୋହିତ ଶର୍ମା , ଶୁବମାନ ଗିଲ୍ ଓ ବିରାଟ କୋହଲି ବଡ ସ୍କୋର କରିଥିବା ଦେଖିବାକୁ ମିଳିଥିଲା । ସେହିଭଳି ଈଶାନ କିଷନ ଓ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଚମକ୍ରାର ଖେଳିଥିଲେ । ଦୀର୍ଘ ଦିନ ପରେ କ୍ରିକେଟକୁ ଫେରିବା ପରେ ବି କେ ଏଲ ରାହୁଲ ଚମତ୍କାର ବ୍ୟାଟିଂ ଦେଖାଇଛନ୍ତି । କେବଳ ବାକି ରହିଲେ ଶ୍ରେୟାସ ଆୟର । ଯେ କି ଗତ ଗୁରୁବାର ଦିନ ଅଭ୍ୟାସ କରିଛନ୍ତି । ତେଣୁ ଏହି ମ୍ୟାଚରେ ଆୟରଙ୍କୁ ଖେଳିବାର ସୁଯୋଗ ମିଳିପାରେ ବୋଲି କୁହାଯାଉଛି । ସବୁକିଛି ଭାରତ ସପକ୍ଷରେ ଯାଇଥିବା ବେଳେ ବାଂଲାଦେଶ ପାଇଁ ଓଲଟା ହୋଇଛି। ଏବେ ସୁଧା ବାଂଲାଦେଶ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମ୍ୟାଚ୍ ଜିତିଛି। ତମିମ୍ ଇକ୍ବାଲ ଓ ଏବାଦତ୍ ହୋସେନ୍ ଆହତ ହୋଇ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିବା ଦେଖିବାକୁ ମିଳିଥିଲା । ସେହିପରି ଲିଟନ୍ ଦାସ ଲିଗ୍ ପର୍ୟ୍ୟାୟରେ ଖେଳିନଥିଲେ। କ୍ରମାଗତ ୨ଟି ମ୍ୟାଚ୍ରେ ୮୯ ଓ ୧୦୪ ରନ୍ କରିବା ପରେ ନଜ୍ମୁଲ ହୋସେନ୍ ଶାନ୍ତୋ ଆହତ ହୋଇ ସ୍ବଦେଶ ଫେରି ଯାଇଥିଲେ। ଏବେ ମୁସ୍ଫିକୁର ରହିମ୍ ମଧ୍ୟ ପାରିବାରିକ କାରଣରୁ ସ୍ବଦେଶ ଫେରିଛନ୍ତି। ଯଦି ଆୟର ୧୦୦% ଫିଟ୍ ଥିବେ ; ତେବେ ଈଶାନ୍ କିଷନ୍ କିମ୍ବା ରାହୁଲଙ୍କ ସ୍ଥାନରେ ଖେଳିପାରନ୍ତି ବୋଲି କୁହାଯାଉଛି । ମହମ୍ମଦ ସାମିଙ୍କୁ ଖେଳାଇ ଭାରତ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେଇପାରେ।

 

 

 

 

 

 

 

 

 

 

 

 

Related posts

ନିଲାମରେ ବିରାଟ କୋହଲିଙ୍କ ଜର୍ସି ଏବଂ ଗ୍ଲୋଭସର କ୍ରେଜ୍

Odisha Sports Bureau

ଇରଫାନଙ୍କ ପରି ଶେଷ ହେବ ହର୍ଷିତଙ୍କ କ୍ୟାରିୟର?

Odisha Sports Bureau

ବାଙ୍ଗାଲୋର ଜିତିଲା ଟସ ; ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତ

Odisha Sports Bureau