Cricket

ଏସିଆ କପ ସୁପର -୪ ଶେଷ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତ

ଆଜି ଭାରତ – ବାଂଲାଦେଶ ମୁହାଁମୁହିଁ । ଚଳିତ ଏସିଆ କପ ସୁପର -୪ ପର୍ଯ୍ୟାୟର ଶେଷ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତ । ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ଭାରତ ଫାଇନାଲରୁ ବାଦ ପଡିଥିବା ବାଂଲାଦେଶ ମଧ୍ୟରେ ହେବ ମୁକାବିଲା । ତେବେ ଭାରତ ପ୍ରଥମ ୨ଟି ସୁପର -୪ ମ୍ୟାଚ ଜିତିଥିବା ବେଳେ ୨ଟି ଯାକ ମ୍ୟାଚରେ ପରାସ୍ତ ହୋଇଛି ବାଂଲାଦେଶ ।
ଗତ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରୋହିତ ଶର୍ମା , ଶୁବମାନ ଗିଲ୍ ଓ ବିରାଟ କୋହଲି ବଡ ସ୍କୋର କରିଥିବା ଦେଖିବାକୁ ମିଳିଥିଲା । ସେହିଭଳି ଈଶାନ କିଷନ ଓ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଚମକ୍ରାର ଖେଳିଥିଲେ । ଦୀର୍ଘ ଦିନ ପରେ କ୍ରିକେଟକୁ ଫେରିବା ପରେ ବି କେ ଏଲ ରାହୁଲ ଚମତ୍କାର ବ୍ୟାଟିଂ ଦେଖାଇଛନ୍ତି । କେବଳ ବାକି ରହିଲେ ଶ୍ରେୟାସ ଆୟର । ଯେ କି ଗତ ଗୁରୁବାର ଦିନ ଅଭ୍ୟାସ କରିଛନ୍ତି । ତେଣୁ ଏହି ମ୍ୟାଚରେ ଆୟରଙ୍କୁ ଖେଳିବାର ସୁଯୋଗ ମିଳିପାରେ ବୋଲି କୁହାଯାଉଛି । ସବୁକିଛି ଭାରତ ସପକ୍ଷରେ ଯାଇଥିବା ବେଳେ ବାଂଲାଦେଶ ପାଇଁ ଓଲଟା ହୋଇଛି। ଏବେ ସୁଧା ବାଂଲାଦେଶ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମ୍ୟାଚ୍ ଜିତିଛି। ତମିମ୍ ଇକ୍ବାଲ ଓ ଏବାଦତ୍ ହୋସେନ୍ ଆହତ ହୋଇ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିବା ଦେଖିବାକୁ ମିଳିଥିଲା । ସେହିପରି ଲିଟନ୍ ଦାସ ଲିଗ୍ ପର୍ୟ୍ୟାୟରେ ଖେଳିନଥିଲେ। କ୍ରମାଗତ ୨ଟି ମ୍ୟାଚ୍ରେ ୮୯ ଓ ୧୦୪ ରନ୍ କରିବା ପରେ ନଜ୍ମୁଲ ହୋସେନ୍ ଶାନ୍ତୋ ଆହତ ହୋଇ ସ୍ବଦେଶ ଫେରି ଯାଇଥିଲେ। ଏବେ ମୁସ୍ଫିକୁର ରହିମ୍ ମଧ୍ୟ ପାରିବାରିକ କାରଣରୁ ସ୍ବଦେଶ ଫେରିଛନ୍ତି। ଯଦି ଆୟର ୧୦୦% ଫିଟ୍ ଥିବେ ; ତେବେ ଈଶାନ୍ କିଷନ୍ କିମ୍ବା ରାହୁଲଙ୍କ ସ୍ଥାନରେ ଖେଳିପାରନ୍ତି ବୋଲି କୁହାଯାଉଛି । ମହମ୍ମଦ ସାମିଙ୍କୁ ଖେଳାଇ ଭାରତ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେଇପାରେ।

 

 

 

 

 

 

 

 

 

 

 

 

Related posts

ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଡ୍ଡା ଟକ୍କର

କୋହଲିଙ୍କ ପ୍ରତି ଇନଷ୍ଟାଗ୍ରାମ ପୋଷ୍ଟେକୁ ୧୧.୪୫ କୋଟି ଟଙ୍କା

Odisha Sports Bureau

BCCI ନୂଆ ସଚିବ ହେଲେ ଦେବଜୀତ ସାଇକିଆ

Odisha Sports Bureau