Cricket

ଜୁନ ୧ ତାରିଖରେ ୱାର୍ମଅପ ମ୍ୟାଚ ଖେଳିବ ଭାରତ

ନୂଆଦିଲ୍ଲୀ: ଆଇସିସି ଟି -୨୦ ବିଶ୍ୱ କପ ୨୦୨୪ ପାଇଁ ୱାର୍ମଅପ ମ୍ୟାଚ ସୂଚୀ ଘୋଷଣା ହୋଇଛି । ବିଶ୍ୱକପ ୱାର୍ମଅପ ମ୍ୟାଚ ୨୭ ମାଇରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଆମେରିକା, ତ୍ରିନାଦାଦ ଓ ଟେବୋଗୋରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱକପ ପୂର୍ବରୁ ୧୬ ଟି ୱାର୍ମଅପ ମ୍ୟାଚ ଖେଳାଯିବ । ଶେଷ ୱାର୍ମଅପ ମ୍ୟାଚ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବ । ଏହି ମ୍ୟାଚ ଜୁନ ୧ ତାରିଖରେ ହେବ । ଆଗରୁ ଏହି ମ୍ୟାଚ ପାଇଁ ସ୍ଥାନ ଏବଂ ଦିନ ଘୋଷଣା କରାଯାଇନଥିଲା । ଆଇସିସି ଏହାକୁ ନେଇ ଏବେ ଘୋଷଣା କରିଛି ।
ଭାରତୀୟ ଟିମ ଟି ୨୦ ବିଶ୍ୱକପର ମେନ ଇଭେଣ୍ଟ ପୂର୍ବରୁ କେବଳ ଗୋଟିଏ ୱାର୍ମଅପ ମ୍ୟାଚ ଖେଳିବ । ଏହି ମ୍ୟାଚ ନ୍ୟୁୟର୍କର ନାସାଓ କାଉଣ୍ଟି ଇଣ୍ଟି ଇଣ୍ଟନରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଏହି ପଡିଆରେ ପ୍ରଥମ ମ୍ୟାଚ ଖେଳାଯିବ ।ଏଥି ପାଇଁ ଷ୍ଟ୍ରାଡିୟମ ତିଆରି ହୋଇଛି । ନିକଟରେ ଷ୍ଟାଡିୟମକୁ ଲଞ୍ଚ କରାଯାଇଛି । ଏବେ ଷ୍ଟାଡିୟମଟି ପ୍ରଥମ ମ୍ୟାଚ ଖେଳିବାକୁ ପ୍ରସ୍ତୁତ । ଏହି ମ୍ୟାଚ ଭାରତୀୟ ସମୟାନୁସାରେ ୮,୩୦ ରେ ଖେଳାଯିବ । ଜୁନ ୧ ତାରିଖରେ ଏହି ମ୍ୟାଚ ଖେଳାଯିବ । ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଏହି ଷ୍ଟ୍ରାଡିୟମରେ ହେବ ।ଏହି ଷ୍ଟ୍ରାଡିୟମର କ୍ଷମତା ୩୪ ,୦୦୦ ଲୋକ ବସିପାରିବେ ।
ତେବେ ୧୬ଟି ୱାର୍ମଅପ ମ୍ୟାଚ ମଧ୍ୟରେ କେବଳ ୨ଟି ମ୍ୟାଚ ପାଇଁ ଦର୍ଶକଙ୍କୁ ଏଣ୍ଟ୍ରି ମିଳିବ । ଭାରତ- ବାଂଲାଦେଶ ମ୍ୟାଚ ପାଇଁ ଫ୍ୟାନ୍ସଙ୍କୁ ଏଣ୍ଟ୍ରି ମିଳିବ । ସେହିପରି ୱେଷ୍ଟଇଣ୍ଡିଜରେ ଗୋଟିଏ ମ୍ୟାଚ ପାଇଁ ଏଣ୍ଟ୍ରି ମିଳିବ । ଭାରତ – ବାଙ୍ଗାଲାଦେଶ ମଧ୍ୟରେ ମ୍ୟାଚ ପାଇଁ ଟିକେଟ ୨୩ ମେ ରୁ ବିକ୍ରି ହେବ । ତେବେ ଆସନ୍ତା ଜୁନ ୨ ତାରିଖରୁ ଟି ୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଜୁନ ୫ ରେ ଭାରତ ତାର ପ୍ରଥମ ମ୍ୟାଚ ଖେଳିବ ।

Related posts

ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଟିକେଟ ବିକ୍ରି  ଆରମ୍ଭ

Odisha Sports Bureau

ପ୍ରଥମ ବିଜୟର ସନ୍ଧାନରେ ମୁମ୍ବାଇ: ଦୁଇଟି ମ୍ୟାଚ୍ ଜିତିଥିବା ପଞ୍ଜାବ ସହ କଡ଼ା ମୁକାବିଲା

Odisha Sports Bureau

ଇତିହାସ ରଚିଲେ ବାମହାତୀ କ୍ରିକେଟର୍‌ ଯଶସ୍ବୀ ଜୈଶୱାଲ୍

Odisha Sports Bureau

Leave a Comment