Uncategorized

ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଲା ସ୍ବର୍ଣ୍ଣ

ବ୍ୟୁରୋ: ଏସୀୟ କ୍ରୀଡ଼ାରେ ଭାରତକୁ ମଳିଲା ଆଉ ଏକ ସ୍ୱର୍ଣ୍ଣ । ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଲା ସ୍ବର୍ଣ୍ଣ । ରୋହନ ବୋପନ୍ନା ଓ ଋତୁଜା ଭୋସଲେଙ୍କୁ ମିଳିଛି ସ୍ବର୍ଣ୍ଣ ପଦକ । ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଭାରତ ଏପର୍ୟ୍ୟନ୍ତ ୯ଟି ସ୍ବର୍ଣ୍ଣ, ୧୩ ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ଜିତିଛି ସାରି ଏଯାବତ ମେଡାଲ ତାଲିକାରେ ଭାରତ ୪ ନମ୍ବର ସ୍ଥାନ ହାସଲ କରିପାରିଛି।
ଆଜି ସୁଟିଂରେ ଭାରତକୁ ମଧ୍ୟ ରୌପ୍ୟ ମିଳିଥିଲା । ସରବଜିତ ସିଂହ ଏବଂ ଦିବ୍ୟା ଥାଡ଼ିଗୋଲ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଦ୍ବିତୀୟ ସ୍ଥାନ ପାଇ ପଦକ ଜିତିଛନ୍ତି । ଭାରତୀୟ ଟିମ୍ ଚୀନର ଝାଙ୍ଗ ବୋଏନ୍ ଜିଆନ୍ ରାନକ୍ସିନଙ୍କ ସହ କଡ଼ା ସଂଘର୍ଷ ପରେ ଠାରୁ ୧୪-୧୬ ପଏଣ୍ଟରେ ହାରି ଯାଇଛନ୍ତି । ଚୀନର ହାଙ୍ଗଝୌ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଏହାକୁ ମିଶାଇ ଭାରତୀୟ ସୁଟିଂ ଦଳ ମୋଟ ୧୯ଟି ପଦକ ଜିତିସାରିଛନ୍ତି । ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ ୯ଟି ସ୍ବର୍ଣ୍ଣ, ୧୩ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ସହ ମୋଟ ୩୫ଟି ପଦକ ଅକ୍ତିଆର କରିଛି । ସେପଟେ ଆଜି ଆଥଲେଟିକ୍ସର ବିଭିନ୍ନ ଇଭେଣ୍ଟ ସହିତ ହକିରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ ।

Related posts

ମନ୍ କି ବାତରେ ଓଡିଆ ଖେଳାଳିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

Odisha Sports Bureau

ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାର ଭାଗ ନେବାକୁ ଯିବେ ଆଠଗଡ଼ ଝିଅ

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

Odisha Sports Bureau

Leave a Comment