Cricket

ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌

ନୂଆଦିଲ୍ଲୀ: ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟାଦଶ ସଂସ୍କରଣ । ଏହା ସ୍ପଷ୍ଟ କରିଛନ୍ତି ଆଇପିଏଲ୍‌ର ଅଧ୍ୟକ୍ଷ ଅରୁଣ ଧୁମାଲ ସୋମବାର । ଏଥର ୧୦ ଗୋଟି ଫ୍ରାଞ୍ଚାଇଜ ମଧ୍ୟରେ ମୋଟ୍‌ ୭୪ ମ୍ୟାଚ୍‌ ଖେଳାଯିବ। ମେ ୨୫ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଧୁମାଲ ଆହୁରି ମଧ୍ୟ କହିଛନ୍ତି, ୨୦୨୫ ଆଇପିଏଲ୍‌ ନିୟମରେ ଏଥର କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଫଳରେ ପୂର୍ବ ଦୁଇ ସଂସ୍କରଣ ଭଳି ଏଥର ମଧ୍ୟ ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଲାଗୁ ହେବ। ଆଗାମୀ କିଛି ଦିନ ମଧ୍ୟରେ ଆଇପିଏଲ୍‌ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବରରେ ଅନୁଷ୍ଠିତ ମେଗା ଖେଳାଳି ନିଲାମିରେ ୧୮୨ ଜଣ ଖେଳାଳିଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ ମୋଟ୍‌ ୬୩୯.୧୫ କୋଟି ଟଙ୍କାରେ କ୍ରୟ କରିଥିଲେ।

Related posts

ଇଂଲଣ୍ଡ ଆଗରେ ୧୬୯ ରନର ଲକ୍ଷ୍ୟ ରଖିଲା ଭାରତ

Odisha Sports Bureau

ଓଭାଲରେ ବିରାଟ ରେକର୍ଡ

Odisha Sports Bureau

ସିଂହ ସହିତ ସେଲଫି ନେଲେ ଶୁବମନ ଗିଲ

Odisha Sports Bureau