Cricket

ପ୍ଲେଅଫ ପାଇଁ ପହଞ୍ଚିଲେ ୪ଟି ଟିମ

ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗ ଟିମ ଆଇପିଏଲ ଟିମ ଆଇପଏଲ ମ୍ୟାଚ ପ୍ଲେଅଫ୍ ଟିକେଟ ପକ୍କା କରିଛି ।ଏହା ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ଚେନ୍ନାଇତା ସହ ପ୍ରଥମ କ୍ୱାଲିଫାୟର ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଆସନ୍ତା ୨୩ ତାରିଖରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଏହି ଟକ୍କର ହେବ।
ଚଳିତ ଆଇପିଏଲରେ ପ୍ରତମ ମ୍ୟାଚ ଗୁଜରାଟ ଟିମ୍, ଚେନ୍ନାଇକୁ ହରାଇଥିଲା। ଯାହାର ବଦ୍ଲା ନେବା ଲାଗି ଚେନ୍ନାଇ ପାଖରେ ଏହା ଏକ ଭଲ ସୁଯୋଗ ହେବ ବୋଲି କୁହାଯାଉଛି। ଏହି ମ୍ୟାଚ୍ ନା କେବଳ ୨ ଟିମ୍ ମଧ୍ୟରେ ହେବ ବରଂ ଗୁରୁ ଓ ଶିଷ୍ୟ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ।
ଚଳିତ ଆଇପିଏଲରେ ପ୍ଲେଅଫ ଟିମ ଭାବେ ଗୁଜରାଟ, ଚେନ୍ନାଇ,ଗୁଜରାଟ ମୁମ୍ବାଇ ଓ ଲକ୍ଷ୍ନୌ ପହଞ୍ଚିଛି। ଆସନ୍ତାକାଲି ଅର୍ଥାତ୍ ମେ’ ୨୩ରେ କ୍ୱାଲିଫାୟର-୧ରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମୁହାଁମୁହିଁ ହେବେ। ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ୨୪ ତାରିଖରେ ଏଲିମିନେଟର ମ୍ୟାଚ ଖେଳାଯିବ । କ୍ୱାଲିଫାୟର-୧ରେ ପରାଜିତ ହୋଇଥିବା ଟିମ୍ ଏବଂ ଏଲିମିନେଟରର ବିଜେତା ଟିମ୍ ମଧ୍ୟରେ ଲଢ଼େଇ ହେବ। ଏହାପରେ ଆସନ୍ତା ମେ’ ୨୮ ତାରିଖରେ ହେବ ଫାଇନାଲ୍ ମୁକାବିଲା।

Related posts

ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍ ବାସିଲ ବାଉଚରଙ୍କ ପରଲୋକ

Odisha Sports Bureau

୫୦ କୋଟି ନିଅ ଟି-୨୦ ଖେଳ

Odisha Sports Bureau

ପାକିସ୍ତାନ ବିଶ୍ବକପରୁ ଓହରିଲେ ଆଇସିସି ନେବ କାର୍ଯ୍ୟାନୁଷ୍ଠାନ

Odisha Sports Bureau