Cricket

କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇପାରେ ଆଇପିଏଲ ମ୍ୟାଚ

ଭୁବନେଶ୍ୱର: କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇପାରେ ଆଇପିଏଲ ମ୍ୟାଚ । ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଦୁଇଟି ମ୍ୟାଚ୍ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଦିଲ୍ଲୀର ଘରୋଇ ଗ୍ରାଉଣ୍ଡ ହେଉଛି ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ। ଏଠାରେ ଦଳ ତା’ର ଅଧିକାଂଶ ମ୍ୟାଚ୍ ଖେଳିବ। କିନ୍ତୁ ପ୍ରଥମ ଦୁଇଟି ମ୍ୟାଚ୍ ଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। କାରଣ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ମହିଳା ପ୍ରିମିୟର ଲିଗ୍ର ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବାରୁ ପୁଣେ ଓ କଟକରେ ମ୍ୟାଚ ଖେଳାଯାଇପାରେ ବୋଲି କୁହାଯାଉଛି । ସେପଟେ ମାର୍ଚ୍ଚ ୨୦ରୁ ୨୨ ମଧ୍ୟରେ ଆଇପିଏଲ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି । ତେଣୁ ଏତେ କମ ସମୟ ମଧ୍ୟରେ ଆଇପିଏଲ ପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରିବା ସହଜ ନୁହେଁ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଦୁଇଟି ମ୍ୟାଚ୍ ପୁଣେ ଓ କଟକରେ ଖେଳିବାକୁ ଯାଉଥିବା କୁହାଯାଇଛି। କିନ୍ତୁ ଏକଥା ଆଇପିଏଲ ମ୍ୟାଚ୍ ସୂଚୀ ଘୋଷଣା ହେବା ପରେ ସ୍ପଷ୍ଟ ହେବ।

Related posts

ପଡିଆରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇଲେ ହାର୍ଦ୍ଦିକ; ଅଭ୍ୟାସ ମ୍ୟାଚରେ ଦେଖିବାକୁ ମିଳିଲା ହାଡୱାର୍କ

ବିଗିଡ଼ିଯାଇଛି ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା   

Odisha Sports Bureau

ପୁଣି ଦୁବାଇରେ ଆଶ୍ରୟ ପାଇବ ଆଇପିଏଲ୍, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି ବିସିସିଆଇ

Odisha Sports Bureau