Cricket

ଆସିଲା ଆଇପିଏଲ ସୂଚୀ : ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ ୨୦୨୫

ନୂଆଦିଲ୍ଲୀ:ଆଇପିଏଲର ପରବର୍ତ୍ତି ତିନି ସିଜିନ ପାଇଁ ତାରିଖ ଧାର୍ଯ୍ୟ କରିଛି ବିସିସିଆଇ । ୨୦୨୫ ଆଇପିଏଲ ସିଜନ ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୨୫ ତାରିଖରେ ଶେଷ ହେବ । ସେହିପରି ୨୦୨୬ରେ ମାର୍ଚ୍ଚ ୧୫ରୁ ମେ ୩୧ ଓ ୨୦୨୭ରେ ମର୍ଚ୍ଚ ୧୪ରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଆଇପିଏଲ ଅନୁଷ୍ଠିତ ହେବ ।
ପ୍ରାଞ୍ଚାଇଜଗୁଡିକୁ ବିସିସିଆଇ ଏହି ତାରିଖଗୁଡିକ ବିଷୟରେ ଅବଗତ କରିଛି । ସଂଯୋଗବସତଃ ତିନିସିଆଇ ଏହି ତାରିଖଗୁଡିକ ବିଷୟରେ ଅବଗତ କରିଛି । ସଂଯୋଗସତଃ ତିନିଟିଯାକ ଫାଇନାଲ ରବିବାରରେ ପଡୁଛି ।
ସୂଚନା ଅନୁଯାୟୀ, ରବିବାର ଠାରୁ ଦୁଇ ଦିନ ଧରି ସାଉଦି ଆରବର ଜେଦାଠାରେ ଆଇପିଏଲର ମେଗା ନିଲାମ ଅନୁଷ୍ଠିତ ହେବ । ଏହି ନିଲାମରେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର , ଭାରତୀୟ ବଂଶୋଭବ ଆମେରିକୀୟ ଦ୍ରୁତ ବୋଲର ସୌରଭ ନେତ୍ରାଭଲକର ଓ ମୁମ୍ବାଇ ୱିକେଟରକ୍ଷକ ବ୍ୟାଟର ହାର୍ଦିକ ତାମୋରଙ୍କୁ ସାମିଲ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛନ୍ତି ।

Related posts

ଭାରତ- ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ ବାରବାଟୀ ଷ୍ଟାଡିୟମରେ

Odisha Sports Bureau

ଋଷଭଙ୍କ ହସ୍ପିଟାଲ ଫଟୋ ସେୟାର କରି ଟ୍ରୋଲ ହେଉଛନ୍ତି ଉର୍ବଶୀ !

Odisha Sports Bureau

ପନ୍ତଙ୍କୁ ଖୁବଶୀଘ୍ର ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ

Odisha Sports Bureau