Cricket

ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ କଡା ଟକ୍କର

ହାଇଦ୍ରାବାଦ୍: ଆଇପିଏଲ୍ ୨୦୨୪ ର ଆଜି ଖେଳାଯିବ ୫୦ ତମ ମ୍ୟାଚ । ଏହି ମ୍ୟାଚ ହାଇଦ୍ରାବାଦ୍ର ରାଜୀବ ଗା ନ୍ଧୀ ଆନ୍ତର୍ଜା ତୀୟ କ୍ରିକେଟ୍ ଷ୍ଟାଡିୟମ୍ ରେ ରାତି ୭ଟା ୩୦ ମିନିଟରେ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ରାଜସ୍ଥାନ ରୟାଲ୍ସ । ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ରୟାଲ୍ସ ୯ଟି ମୁକାବିଲା ଖେଳିଥିବା ବେଳେ ୮ ଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ପରାଜୟ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ ର ଟପରେ ରହିଛିହି ରାଜସ୍ଥାନ ରୟାଲ୍ସ । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ଜବରଦସ୍ତ ଫର୍ମରେଅଛି । ତେଣୁ ବିରୋଧୀଙ୍କୁ ଚକମା ଦେବାରେ ସଫଳ ହେଉଛନ୍ତି ସଞ୍ଜୁ ବାହିନୀ । ବର୍ତ୍ତମାନ ଦଳ ଯେତିକି ପଏଣ୍ଟ ହାସଲ କରିଛି । ତାହା ପ୍ଲେ-ଅପ୍ ରେସ୍ ପାଇଁ ଯଥେଷ୍ଟ ବୋଲି ଅନୁମାନ କରାଯାଉଛି । ତେଣୁ ଆଜିର ମ୍ୟାଚ୍ ଜବରଦସ୍ତ ହେବ ବୋଲି ଆଶା ରହିଛି । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ୍ ବର୍ତ୍ତମାନ ସୁଦ୍ଧା ୯ଟି ମୁକା ବିଲା ଖେଳିଥିବା ବେଳେ ୫ ଟିରେ ବିଜୟ ହୋଇଛି ଓ ୪ଟଇ ମ୍ୟାଚ ରେ ପରାସ୍ତ ହୋଇଛି । ତେଣୁ ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୫ମ ସ୍ଥାନରେ ରହିଛି । ଦଳ ବ୍ୟାଟିଂ ରେ ଜବରଦସ୍ତ ଫର୍ମରେ ରହିଥିବା କୁହାଯାଉଛି । ଦେଖାଯାଉ ଆଜିରମ୍ୟାରେ କିଏ ମାରୁଛି ବାଜି ।
ସୂଚନା ଅନୁଯାୟୀ , ବର୍ତ୍ତମାନ ପର୍ଯ୍ୟନ୍ତ ପଏଣ୍ଟ ଟେବୁଲରେ ଟପରେ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ମୋଟ ୯ଟି ମୁକା ମୁ ବିଲା ଖେଳିସାରିଥିବା ବେଳେ ୮ଟିରେ ବିଜୟୀ ହୋଇଛି । ଦଳ ୧୬ ପଏଣ୍ଟ ସହ ନମ୍ବର ୧ରେ ରହିଛି । ଏହାପଛକୁ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ୯ଟି ମ୍ୟାଚ୍ରୁ ୬ଟିରେ ବିଜୟୀ ହୋଇଛି । ମୋଟ ୧୨ ଅଙ୍କ ସହ ୨ୟ ସ୍ଥାନରେ ରହିଛି । ସେହିପରି ଲକ୍ଷ୍ନୌ ସୁପର କିଙ୍ଗସ୍ ଦଳ ୧୦ଟି ମ୍ୟାଚ୍ରୁ ୬ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୩ୟ ସ୍ଥାନରେ ରହିଛି । ଏହାପରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ୧୦ଟି ମୁକା ବିଲାରୁ ୫ଟିରେ ବିଜୟୀ ହୋଇ ମୋଟ ୧୦ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି ।

Related posts

ପନ୍ତଙ୍କୁ ଖୁବଶୀଘ୍ର ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ

Odisha Sports Bureau

 ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ନେପାଳ ବିଜୟୀ

Odisha Sports Bureau

ଖେଳସୂଚୀରେ ହେବନି ପରିବର୍ତ୍ତନ,ଖେଳସୂଚୀରେ ହେବନି ପରିବର୍ତ୍ତନ,ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ ଅନୁରୋଧକୁ ମନା କରିଦେଲା ବିସିସିଆଇ

Odisha Sports Bureau