ହାଇଦ୍ରାବାଦ୍: ଆଇପିଏଲ୍ ୨୦୨୪ ର ଆଜି ଖେଳାଯିବ ୫୦ ତମ ମ୍ୟାଚ । ଏହି ମ୍ୟାଚ ହାଇଦ୍ରାବାଦ୍ର ରାଜୀବ ଗା ନ୍ଧୀ ଆନ୍ତର୍ଜା ତୀୟ କ୍ରିକେଟ୍ ଷ୍ଟାଡିୟମ୍ ରେ ରାତି ୭ଟା ୩୦ ମିନିଟରେ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ରାଜସ୍ଥାନ ରୟାଲ୍ସ । ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ରୟାଲ୍ସ ୯ଟି ମୁକାବିଲା ଖେଳିଥିବା ବେଳେ ୮ ଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ପରାଜୟ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ ର ଟପରେ ରହିଛିହି ରାଜସ୍ଥାନ ରୟାଲ୍ସ । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ଜବରଦସ୍ତ ଫର୍ମରେଅଛି । ତେଣୁ ବିରୋଧୀଙ୍କୁ ଚକମା ଦେବାରେ ସଫଳ ହେଉଛନ୍ତି ସଞ୍ଜୁ ବାହିନୀ । ବର୍ତ୍ତମାନ ଦଳ ଯେତିକି ପଏଣ୍ଟ ହାସଲ କରିଛି । ତାହା ପ୍ଲେ-ଅପ୍ ରେସ୍ ପାଇଁ ଯଥେଷ୍ଟ ବୋଲି ଅନୁମାନ କରାଯାଉଛି । ତେଣୁ ଆଜିର ମ୍ୟାଚ୍ ଜବରଦସ୍ତ ହେବ ବୋଲି ଆଶା ରହିଛି । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ୍ ବର୍ତ୍ତମାନ ସୁଦ୍ଧା ୯ଟି ମୁକା ବିଲା ଖେଳିଥିବା ବେଳେ ୫ ଟିରେ ବିଜୟ ହୋଇଛି ଓ ୪ଟଇ ମ୍ୟାଚ ରେ ପରାସ୍ତ ହୋଇଛି । ତେଣୁ ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୫ମ ସ୍ଥାନରେ ରହିଛି । ଦଳ ବ୍ୟାଟିଂ ରେ ଜବରଦସ୍ତ ଫର୍ମରେ ରହିଥିବା କୁହାଯାଉଛି । ଦେଖାଯାଉ ଆଜିରମ୍ୟାରେ କିଏ ମାରୁଛି ବାଜି ।
ସୂଚନା ଅନୁଯାୟୀ , ବର୍ତ୍ତମାନ ପର୍ଯ୍ୟନ୍ତ ପଏଣ୍ଟ ଟେବୁଲରେ ଟପରେ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ମୋଟ ୯ଟି ମୁକା ମୁ ବିଲା ଖେଳିସାରିଥିବା ବେଳେ ୮ଟିରେ ବିଜୟୀ ହୋଇଛି । ଦଳ ୧୬ ପଏଣ୍ଟ ସହ ନମ୍ବର ୧ରେ ରହିଛି । ଏହାପଛକୁ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ୯ଟି ମ୍ୟାଚ୍ରୁ ୬ଟିରେ ବିଜୟୀ ହୋଇଛି । ମୋଟ ୧୨ ଅଙ୍କ ସହ ୨ୟ ସ୍ଥାନରେ ରହିଛି । ସେହିପରି ଲକ୍ଷ୍ନୌ ସୁପର କିଙ୍ଗସ୍ ଦଳ ୧୦ଟି ମ୍ୟାଚ୍ରୁ ୬ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୩ୟ ସ୍ଥାନରେ ରହିଛି । ଏହାପରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ୧୦ଟି ମୁକା ବିଲାରୁ ୫ଟିରେ ବିଜୟୀ ହୋଇ ମୋଟ ୧୦ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି ।
previous post