Cricket

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଉଡାଣ ଭରିଲେ ବୁମରା

ୱେଷ୍ଟଇଣ୍ଡିଜ ଠାରୁ ଟି-୨୦ ସିରିଜ ହାରିବା ପରେ ଟିମ ଇଣ୍ଡିଆ ଆୟରଲାଣ୍ଡ ଗସ୍ତ କରିଛି । ଆରଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଇଣ୍ଡିଆ । ଏଥର ଟିମର ଦାଇତ୍ୱ ନେବେ ବୁମରା । ବୁମରା ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆୟରଲାଣ୍ଡ ପାଇଁ ଉଡାଣ ଭରିଛନ୍ତି । ଏଥର ବିନା କୋଚରେ ସିରିଜ ଖେଳିବ ଭାରତ ।

ଏହି ଫଟୋ ଭାଇରଲ ହେବାରେ ଲାଗିଛି । ଫ୍ୟାନ୍ସ ଦୀର୍ଘଦିନରୁ ବୁମରାଙ୍କ କମବ୍ୟାକ୍କୁ ଚାହିଁ ରହିଥିଲେ । ଆଉ ବୁମରାଙ୍କ କମବ୍ୟାକ୍ ଟିମ୍ ଇଣ୍ଡିଆ ପାଇଁ ଏସିଆ କପ୍ ଏବଂ ବିଶ୍ୱକପ ୨୦୨୩ପାଇଁ ଆଶ୍ୱସ୍ତିକର ଖବର । ଆୟରଲାଣ୍ଡ ବିପକ୍ଷରେ ଭାରତ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ । ପ୍ରଥମ ମ୍ୟାଚ ୧୮ ଅଗଷ୍ଟ ଶୁକ୍ରବାର ଆରମ୍ଭ ହେବ । ଏହା ପରେ ଦ୍ୱିତୀୟ ମ୍ୟାଚ୍ ୨୦ ଅଗଷ୍ଟ ଏବଂ ତୃତୀୟ ମ୍ୟାଚ ୨୩ ଅଗଷ୍ଟରେ ଖେଳାଯିବ ।

ସେହିପରି ବିସିସିଆଇ ତରଫରୁ କିଛି ଫଟୋ ସେୟାର କରାଯାଇଛି । ଯେଉଁଥିରେ ଶିବମ ଦୁବେ, ଓ୍ଵାଶିଂଟନ ସୁନ୍ଦର ଏବଂ ଆଇପିଏଲ ଷ୍ଟାର ରିଙ୍ଗ ସିଂ ମଧ୍ୟ ନଜର ଆସିଛନ୍ତି । ଆୟରଲାଣ୍ଡ ବିପକ୍ଷ ସିରିଜ ସରିବା ପରେ ଏସିଆ କପ୍ ୨୦୨୩ ଖେଳାଯିବ ।

Related posts

ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ଡେଲ୍ ଷ୍ଟେନ୍‌ଙ୍କୁ କ’ଣ କହିଥିଲେ?

Odisha Sports Bureau

WTC କୁ ଫେରିଛନ୍ତି ଆଜିଙ୍କ୍ୟ ରହାଣେ

Odisha Sports Bureau

ଆଜିର ମ୍ୟାଚ ସନରାଇଜର୍ସ-ଇଣ୍ଡିଆନ୍ସ ମଧ୍ୟରେ ଦେଖିବାକୁ ମିଳିବ

Odisha Sports Bureau