More Sports

ଫର୍ମୁଲା-୨ ରେସ୍ ଜିତିବାରେ ପ୍ରଥମ ଭାରତୀୟ ହେଲେ ଜେହାନ୍

(ଓଡିଶା ସ୍ପୋର୍ଟସ୍):  ଭାରତୀୟ ଡ୍ରାଇଭର ଜେହାନ ଦାରୁୱାଲା ସାହିର ଗ୍ରାଣ୍ଡ ପ୍ରିକ୍ସ ସମୟରେ ଇତିହାସ ସୃଷ୍ଟି କରି ଫର୍ମୁଲା-୨ ଦୌଡ଼ରେ ଜିତିଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ୨୨ ବର୍ଷୀୟ ଭାରତୀୟ ଫର୍ମୁଲା-୨ ଚାମ୍ପିଅନ୍ ମିକ୍ ଶୁମାକର୍ ଏବଂ ଡାନିଏଲ୍ ଟିକଟୁମ୍ଙ୍କ ବିରୋଧରେ ଏକ ରୋମାଞ୍ଚକର ପ୍ରତିଯୋଗିତାରେ ସିଜିନର ଅନ୍ତିମ ଫର୍ମୁଲା ୱାନ୍ ଗ୍ରାଣ୍ଡ୍ ପ୍ରିକ୍ସ ସପୋର୍ଟ ରେସରେ ଶୀର୍ଷରେ ରହିଛନ୍ତି ।

ରାୟୋ ରେସିଂ ପାଇଁ ଗାଡି ଚଳାଉଥିବା ଜେହାନ୍ ଗ୍ରୀଡରେ ଦ୍ୱିତୀୟ ସ୍ଥାନରୁ ଆରମ୍ଭ କରିଥିଲେ ଏବଂ ସେ ଡାନିଏଲ୍ ଟିକଟମଙ୍କ ସହ ଥିଲେ । ଟିକଟମ୍ ଜେହାନଙ୍କୁ ସାଇଡ୍ କରିବାକୁ ଚେଷ୍ଟା କରିଥିଲେ ଯାହାଫଳରେ ଶୁମାକର ଦୁହିଙ୍କ ଠାରୁ ଆଗକୁ ଚାଲିଯାଇଥିଲେ । ଏହା ପରେ ଜାହାନ ଉଭୟଙ୍କ ପଛରେ ପଡ଼ିଗଲେ କିନ୍ତୁ ସେ ହାର ମାନିନଥିଲେ ଏବଂ ସଂଯମତା ସହିତ ତାଙ୍କର ପ୍ରଥମ ଏଫଆଇଏ ଫର୍ମୁଲା- ୨ ରେସରେ ବିଜୟ ହୋଇଥିଲେ ।

ତାଙ୍କର ଜାପାନୀ ପାର୍ଟନର ୟୁକି ସୁନୋଡା ଦ୍ୱିତୀୟ, ଜାହାନଙ୍କଠାରୁ ୩.୫ ସେକେଣ୍ଡ ପଛୁଆ ରହିଛନ୍ତି । ଟିକଟମ୍ ତୃତୀୟ ସ୍ଥାନରେ ରହିଛନ୍ତି । ଜେହାନ କହିଛନ୍ତି, “ମୋତେ ଭାରତର ମୋର ଲୋକଙ୍କୁ ପ୍ରମାଣ କରିବାକୁ ପଡିବ ଯେ ଯଦିଓ ଆମର ୟୁରୋପରେ ଡ୍ରାଇଭରଙ୍କ ଭଳି ସୁବିଧା ନାହିଁ, ଯେତେବେଳେ ଆପଣ କଠିନ ପରିଶ୍ରମ କରିବେ ସେତେବେଳେ ଆପଣ ଗ୍ରୀଡ୍ ଟର୍ନରେ ଭଲ ଚ୍ୟାଲେଞ୍ଜ କରିପାରିବେ ।

Related posts

ଜାତୀୟ କ୍ରୀଡ଼ା ସଙ୍ଗଠନଗୁଡିକ ପାଇଁ କେନ୍ଦ୍ର ସରକାରଙ୍କୁ ସ୍ୱୀକୃତି ପ୍ରଦାନ କରିବା ନିଷ୍ପତ୍ତି ନ୍ୟାୟଯୁକ୍ତ ନୁହେଁ: ଏଚ ସି

Odisha Sports Bureau

ଭାରୋତ୍ତୋଳନରେ ସ୍ନେହା ସ୍ବର୍ଣ୍ଣ ଓ ଜିମ୍ନାଷ୍ଟରେ ଜଗଦୀଶ ରୌପ୍ୟ

Odisha Sports Bureau

ଅମିତ,ମନିଷଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ

Odisha Sports Bureau