ନୂଆଦିଲ୍ଲୀ: କମନ ୱେଟଲିଫ୍ଟିଙ୍ଗ ଚମ୍ପିଆନସିପ ବା ତାସକେଣ୍ଟରେ ଭାରତକୁ ମିଳିଛସି ରୌପ୍ୟ ପଦକ । ନାଇଜେରିଆର ପିଟର ଷ୍ଟେଲା କିଙ୍ଗସଲିଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ନଦକ ହାସଲ କରିଛନ୍ତି ଝିଲି । ଏହି ପ୍ରତିଯୋଗିତାରେ କିଙ୍ଗସଲି ୧୬୮କେଜି(୭୨ ୯୬)ର ଓଜନ ଉଠାଇଥିବା ବେଳେ ଭାରତର ଝିଲି ଦଳବେହେରା ୧୬୭କେଜି(୭୩ ୯୪) ଉଠାଇ ଦ୍ୱିତୀୟରେ ରହିଛନ୍ତି ।
ଓଜନ ବର୍ଗରେ ଅଲିମ୍ପିକ ରୌପ୍ୟ ପଦକ ବିଜେତା ମିରାବାଇ ଚାନୁଙ୍କ ସହ ଝିଲି ପ୍ରତିଯୋଗୀତା କରୁଥିଲେ । କମନୱେଲଥ ଭାରୋତ୍ତୋଳନ ଚାମ୍ପିଅନସିପ ମଧ୍ୟ ବର୍ମିଂହାମରେ ୨୦୨୨ CWGର ଯୋଗ୍ୟତା ଇଭେଣ୍ଟ ଭାବରେ କାର୍ୟ୍ୟ କରିବ । କମନୱେଲଥ ଭାରୋତ୍ତୋଳନ ଚାମ୍ପିଅନସିପରେ ପ୍ରତ୍ୟେକ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ବିଜେତାମାନେ ୨୦୨୨ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ଏବଂ ଅନ୍ୟମାନେ କମନୱେଲଥ ମାନ୍ୟତା ମାଧ୍ୟମରେ ଯୋଗ୍ୟତା ଅର୍ଜନ କରିବେ । ସେ ବର୍ତ୍ତମାନ କମନୱେଲଥ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଥିବାରୁ ଚାନୁ ଯୋଗ୍ୟତା ଅର୍ଜନ କରିପାରିବେ ।